Advertisment

Health Tips: ଶୀତ ଦିନେ ଗହମ ଅଟା ନୁହେଁ, ଖାଆନ୍ତୁ ଏହି ଖାଦ୍ୟ… କୋଲେଷ୍ଟ୍ରଲ ହ୍ରାସ ହେବ

ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।

author-image
Pramod Behera
ଅଦ୍ୟତନ ହୋଇଛି
millet increases beneficial many diseases

millet increases beneficial many diseases

ଶୀତର ଆଗମନରେ କେବଳ ପୋଷାକ ପରିବର୍ତ୍ତନ ହୁଏ ନାହିଁ ବରଂ ଖାଦ୍ୟ ଏବଂ ପାନୀୟ ମଧ୍ୟ ବଦଳିଯାଏ। ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।

Advertisment

ବାଜରା ରୁଟିରେ ପ୍ରଚୁର ପ୍ରୋଟିନ୍ ଏବଂ କମ୍ କାର୍ବୋହାଇଡ୍ରେଟ୍ ଥାଏ। ଏଥିରେ ସାମାନ୍ୟ ଅଧିକ କ୍ୟାଲୋରୀ ଥିଲେ ମଧ୍ୟ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ହେତୁ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ। ଏଥିରୁ ଅନେକ ଉପକାର ମିଳିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା।

ଓଜନ ହ୍ରାସ କରେ:

ବାଜରା ଜଟିଳ କାର୍ବସ୍‌ରେ ସୃଷ୍ଟି, ଯାହାକୁ ଶରୀର ଧୀରେ ଧୀରେ ଅବଶୋଷିତ କରେ। ଏହାକୁ କମ ଖାଇଲେ ଅଧିକ ଖାଇବା ଭଳି ଲାଗେ। ଫଳନ ଓଜନ ବୃଦ୍ଧି ହେବାର ଆଶଙ୍କା କମିଯାଏ। ବାଜରାରେ ଫାଇବର ଏକ ପ୍ରିବାୟୋଟିକ୍ ଭାବରେ କାମ କରେ। ଯାହା ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଏହା ମଧ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ। ଶୀତଦିନେ ଅଧିକାଂଶଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ବାଜରା ରୁଟି ଖାଇବା ଦ୍ୱାରା ଏହା ହ୍ରାସ ପାଏ।

Advertisment

ହାର୍ଟ ପାଇଁ ଲାଭ:

ଶୀତର ପ୍ରଭାବ ମଧ୍ୟ ହୃଦୟ ଉପରେ ପଡିଥାଏ। ହୃଦରୋଗୀଙ୍କ ପାଇଁ ଏହର ଚିନ୍ତାର କାରଣ ହୋଇଥାଏ। ବାଜରା ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ, ତେଣୁ ହୃଦ୍‌ରୋଗୀଙ୍କ ପାଇଁ ବାଜରା ରୁଟିକୁ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ। ମ୍ୟାଗ୍ନେସିୟମ୍ ବିପି ଏବଂ ଡାଇବେଟିସ୍ ପରି ହୃଦରୋଗର ବିପଦ କାରକକୁ ରୋକିବାରେ ସକ୍ଷମ। ବିଭିନ୍ନ ଅଧ୍ୟୟନ LDL କୋଲେଷ୍ଟ୍ରଲ ହ୍ରାସ କରିବାରେ ମ୍ୟାଗ୍ନେସିୟମର ଉପକାରୀ ପ୍ରଭାବକୁ ମଧ୍ୟ ସୂଚିତ କରେ ଏବଂ ଏହା ଷ୍ଟ୍ରୋକରୁ ମଧ୍ୟ ରକ୍ଷା କରିଥାଏ।

Health Tips Millet Procurement
Advertisment
Advertisment