• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱର ସବୁଠାର ବଡ଼ ଏବଂ ଭୟଙ୍କର ବରଫ ଖଣ୍ଡ ଦେଇ ଅତିକ୍ରମ କରିଛି ବ୍ରିଟେନ୍‌ର ପୋଲାର ରିସର୍ଚ୍ଚ ଜାହାଜ । ଏନେଇ ବ୍ରିଟିସ ଆଣ୍ଟାର୍କଟିକା ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏତେ ବଡ଼ ବିପଦପୂର୍ଣ୍ଣ ଯାଗା ଅତିକ୍ରମ କରୁଥିବାରୁ ସେହି ଜାହାଜ ଓ ସେଥିରେ ଥିବା ବୈଜ୍ଞାନିକମାନେ ଖୁବ୍‌ ଭାଗ୍ୟବାନ ।

ଏହି ଜାହାଜରେ ଥିବା ବୈଜ୍ଞାନିକ ମାନେ ଆଣ୍ଟାର୍କଟିକା ଉପରେ ରିସର୍ଚ୍ଚ କରୁଛନ୍ତି । ସେଥିପାଇଁ ସେହି ବିରାଟ ବରଫ ଖଣ୍ଡ ଦେଇ ଜାହାଜକୁ ଅତିକ୍ରମ କରିବାକୁ ପଡ଼ିଥିଲା । ଆଉ ସେମାନେ ଖୁବ୍‌ ଭାଗ୍ୟବାନ ଯେ, ରିସର୍ଚ୍ଚ କରିବା ପାଇଁ ସେଠାରୁ ସେମାନେ ଜଳ ନମୁନା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।

RRS ସର୍ ଡେଭିଡ୍ ଏଟନବରୋ ଏହି ଜାହାଜରେ ପ୍ରଥମ ଥର ପାଇଁ ରିସର୍ଚ୍ଚ କରିବାକୁ ବାହାରିଛନ୍ତି । ସେ ଆଣ୍ଟାର୍କଟିକାର ଏଭଳି ବିପଦପୂର୍ଣ୍ଣ ସ୍ଥଳିରୁ ସୁରକ୍ଷିତ ବାହାରିବା ପରେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି ବିଶାଳ ବରଫ ଖଣ୍ଡର ନାଁ A23a ବୋଲି ଜଣାପଡ଼ିଛି ।

ଏହି ବରଫ ଖଣ୍ଡ ନ୍ୟୁୟର୍କ ସହରଠାରୁ ତିନି ଗୁଣା ବଡ଼ ହେବ । ଏମିତିକି ଗ୍ରେଟର ଲଣ୍ଡନ ଆକାରର ଦୁଇଗୁଣା ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ବରଫ ଖଣ୍ଡ ୧୯୮୬ ମସିହାରେ ଆଣ୍ଟାର୍କଟିକାର ଫିଲଚନର୍ ଆଇସ୍ ଖଣ୍ଡରୁ ଏହା ବିଭାଜିତ ହେବା ପରେ ୱେଡେଲ ସାଗରରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜମି ରହିଛି ।