Advertisment

ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଆସିଗଲା ୨ ବିମାନ, ଥିଲେ ଶତାଧିକ ଯାତ୍ରୀ....

ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।

author-image
Rajalaxmi Sahoo
Near-Collision Between 2 Jets

Near-Collision Between 2 Jets

ନୂଆଦିଲ୍ଲୀ: ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍‌ୱେରେ ଆସିଗଲା ଏମିରେଟସ୍‌(Emirates)ର ୨ଟି ବିମାନ। ଯେଉଁଥିରେ ଶତାଧିକ ଯାତ୍ରୀ ଥିଲେ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି। ରବିବାର ଦିନ ଦୁବାଇ ଏୟାରପୋର୍ଟରେ ଏହି ଘଟଣା ଘଟିଛି।

Advertisment

ରାତି ୯ଟା ୪୫ ମିନିଟ୍‌ରେ ଦୁବାଇରୁ ହାଇଦ୍ରାବାଦ ଅଭିମୁଖେ EK-524 ବିମାନ ଉଡ଼ାଣ ଭରିବାର ଥିଲା। ଏହି ସମୟରେ ଦୁବାଇରୁ ବେଙ୍ଗାଲୁରୁ ଅଭିମୁଖେ ଏମିରେଟସ୍‌ର ଅନ୍ୟ ଏକ ବିମାନ ମଧ୍ୟ ଉଡ଼ାଣ ଭରିବାର ଥିଲା। ଦୁର୍ଭାଗ୍ୟବଶତଃ, ଏହି ୨ଟି ବିମାନ ଟେକ୍‌ଅଫ୍‌ ସମୟରେ ଗୋଟିଏ ରନ୍‌ୱେରେ ଚାଲି ଆସିଥିଲା। Emirates ଫ୍ଲାଇଟସ୍‌ର ସିଡ୍ୟୁଲ ଅନୁସାରେ, ଦୁଇ ବିମାନର ଟେକ୍‌ଅଫ୍‌ ସମୟର ବ୍ୟବଧାନ ମାତ୍ର ୫ ମିନିଟ୍‌ ଥିଲା।

ସୂଚନା ଅନୁସାରେ, ‘ଦୁବାଇ-ହାଇଦ୍ରାବାଦ EK-524 ବିମାନ ଉଡ଼ାଣ ଭରିବା ପାଇଁ 30R ରନ୍‌ୱେରେ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ଏମିରେଟସ୍‌ର ଆଉ ଏକ ବିମାନ EK-568(ଦୁବାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା) ସମାନ ରନ୍‌ୱେରେ ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା। ଫଳରେ ଉଡ଼ାଣ ଭରିବାକୁ ଥିବା ବିମାନକୁ ଟେକ୍‌ଅଫ୍‌ ପାଇଁ ATC ମନା କରିଦେଇଥିଲା। ଏହାପରେ ଧୀରେଧୀରେ ବିମାନକୁ ରନ୍‌ୱେରୁ ବାହାରକୁ ଅଣାଯାଇଥିଲା।

Advertisment

ପରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ର କରିବାକୁ ଥିବା ବିମାନକୁ ପ୍ରଥମେ ଉଡ଼ାଣ ଭରିଥିଲା। ଏହାର କିଛି ମିନିଟ୍‌ ପରେ ହାଇଦ୍ରାବାଦ ଅଭିମୁଖେ ଅନ୍ୟ ବିମାନଟି ଯାତ୍ରା କରିଥିଲା। ଘଟଣାକୁ ନେଇ ଏୟାର ଆକ୍ସିଡେଣ୍ଟ୍‌ ଇନ୍‌ଭେଷ୍ଟିଗେସନ୍‌ ସେଣ୍ଟର(AAIS) ତଦନ୍ତ ନିର୍ଦ୍ଦେଶ ଦେଇଛି। 

ଏମିରେଟସ୍‌ ଏୟାର ପ୍ରବକ୍ତା ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇଛନ୍ତି, ‘ଜାନୁଆରୀ ୯ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) EK524 ବିମାନକୁ ଉଡ଼ାଣ ଭରିବା ପାଇଁ ଅଟକାଇ ଥିଲା। ଏଥିରେ ବିମାନର କୌଣସି କ୍ଷତିଗ୍ରସ୍ତ ହୋଇନାହିଁ। ବିମାନର କ୍ରୁଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଘଟଣାର ତଦନ୍ତ କରାଯାଉଛି’।

Emirates Flights
Advertisment
Advertisment