• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Article

In the Ganjam BJD, infighting become obstacle
ଗଂଜାମ ବିଜେଡିରେ ଅନ୍ତଃକନ୍ଦଳ ଦଳକୁ ମହଙ୍ଗା ପଡୁଛି

ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳର ଫାଇଦା ବିଜେପି ନେଇଥିବା ଜଣାଯାଇଛି। ବିଜେଡି ନେତା ହର ସାହୁ ବନାମ ଲତିକା ପ୍ରଧାନଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧର ଫାଇଦା ମିଳିଛି ବିରୋଧୀଙ୍କୁ। ସେହିପରି ଟିକେଟ୍ ବଣ୍ଟନରେ ମଧ୍ୟ ଅନେକ ପୁରୁଖା ନେତାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଗଲା।

Why Odisha observing Saheed Diwas
ରାଜ୍ୟ କାହିଁକି ପାଳୁଛି ଶହୀଦ ଦିବସ

ଆଜି ଦେଶ ପାଳନ କରୁଛି ୮୨ତମ ଶଦୀଦ ଦିବସ। କିଏ ଏହି ରଘୁ-ଦିବାକର। ସେମାଙ୍କୁ କାହିଁକି ଦିଆଗଲା ଫାଶି। ଏସବୁ ଜାଣିବା ପାଇଁ ପଢନ୍ତୁ…

Infertility Statistics in India
ବଢୁଛି କି ଭାରତରେ ବନ୍ଧ୍ୟାତ୍ୱ

କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ।

The whole world is trapped in China’s Mahajani net
ଚୀନ୍‌ର ମହାଜନୀ ଜାଲରେ ସମଗ୍ର ବିଶ୍ୱ

ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍‌ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।

Diet for summer season
ଖରାଦିନ ପାଇଁ ୫ ଟି ଦରକାରୀ ଖାଦ୍ୟ

ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି ବିଷୟରେ ଜାଣିବା।

Women in the work of foresting
ସିଡ୍ ବମ୍ ପ୍ରସ୍ତୁତି କାମରେ ମହିଳା; ସୃଷ୍ଟି ହେବ ଜଙ୍ଗଲ

ଲେବାନନର ଶରଣାର୍ଥୀ ମହିଳାମାନେ ନିଜର କାମ ମାଧ୍ୟମରେ ରୋଜଗାର ପାଇପାରିବା ସହ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ତାହା ହେଲା, ଜଙ୍ଗଲ ସୃଷ୍ଟି। ବେକା ଭ୍ୟାଲି ଠାରେ ସମ୍ପୃକ୍ତ ମହିଳାମାନଙ୍କୁ ସିଡ୍ ବମ୍ ବା ମଞ୍ଜି ବମ୍ ପ୍ରସ୍ତୁତି କାମରେ ଲଗାଯାଇଛି।

Tattoo may be dangerous
ଟିକିଏ ଅସାବଧାନତା, ଟ୍ୟାଟୁ ସୁନ୍ଦର ବଦଳରେ ଶରୀରକୁ ବିକୃତ କରିପାରେ

ଚିତା କୁଟେଇବା ପ୍ରଥାଟା ଭାରତର ରାଜସ୍ଥାନରୁ ଆଣ୍ଡାମାନ୍ ପ୍ରାୟ ସବୁ ଜାଗାରେ ପ୍ରଚଳିତ ଅଛି। ପୃଥିବୀର ବିଭିନ୍ନ କୋଣରେ ଥିବା ତନ୍ତ୍ର ବା cult cultureରେ ମଧ୍ୟ ବିଶେଷ ଧରଣର tattoo ବନାଯାଇଥାଏ। ଛୋଟ ଛୋଟ ଅସାବଧାନତା ପାଇଁ ଏଇ ସୁନ୍ଦର tattoo ସା°ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ଓ ସୁନ୍ଦର ଦେଖାଯିବା ବଦଳରେ ସବୁଦିନ ପାଇଁ ଶରୀର ଓ ମନରେ ଦାଗ ଛାଡିଯାଏ।

How important breakfast
ସକାଳ ଜଳଖିଆର ବିଶେଷତ୍ୱ; କ’ଣ ଖାଇବା ଉଚିତ

ଦିନର ଭୋଜନ ସକାଳ ଜଳଖିଆରୁ ଆରମ୍ଭ ହେଉଥିବାରୁ ଏହା ଜରୁରୀ ଯେ ଏହି ଖାଇବା ପୁଷ୍ଟିକର ହେବ । ପ୍ରୋଟିନ୍, ଭିଟାମିନ୍ ବି କ୍ୟାଲ୍‌ସିୟମ୍, ଲୌହ ଓ ତନ୍ତୁ ଜାତୀୟ ଖାଦ୍ୟ ହିଁ ଆମ ଦିନଯାକର ଆବଶ୍ୟକ ପୋଷଣ ପାଇଁ ଦରକାର । ଏହା ଦ୍ୱାରା ଅତ୍ୟଧିକ ପାଚନ କ୍ରିୟା ନ ହୋଇ ଭୋକ କମ୍ ହୋଇଥାଏ । ତେଣୁ ଏହା ଓଜନ ହ୍ରାସରେ ସାହାଯ୍ୟ କରେ ।

How important is vacation
କର୍ମମୟ ଜୀବନରେ ଛୁଟି ବା ଭ୍ରମଣର ଆବଶ୍ୟକତା

ବିନା ଛୁଟିରେ ବା ପାରିବାରିକ ଭ୍ରମଣରେ ନ ଯାଇ ବର୍ଷ ବର୍ଷ ଧରି ଲଗାତାର କାମ କରୁଥିବା ବ୍ୟକ୍ତିଙ୍କ ଠାରେ ଚାପ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟା (aging process) କୁ ତ୍ୱରାନ୍ୱିତ କରେ। ତେଣୁ ସୁଖମୟ ପାରିବାରିକ ଓ ଚାପମୁକ୍ତ, ସନ୍ତୁଳିତ ଜୀବନ ପାଇଁ ଛୁଟି ବା ଭ୍ରମଣ ନିହାତି ଆବଶ୍ୟକ।

War is the other name of ego
ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ

ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍‌ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍‌ରେ ଅଟଳ।

The food habits for old age
ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭ୍ୟାସ

ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।

Khabar Lahariya, the women news paper
ଖବର ଲହରିୟା: ଭିନ୍ନ ଏକ ପ୍ରୟୋଗ

ଅଳ୍ପ କିଛି ସ୍ଥାନୀୟ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା 'ଖବର ଲହରିୟା'। ପ୍ରଥମେ ସମାଜରେ ହେଲାନି ଗ୍ରହଣୀୟ। ହେଲେ ହାର ମାନି ନଥିଲା ଟିମ୍। ଏବେ କରିଲାଣି ଏହା କାୟା ବିସ୍ତାର।

Moisturizer in summer
ଗ୍ରୀଷ୍ମଋତୁରେ ମଏଶ୍ଚରାଇଜର୍ ଦରକାର ନା ନାହିଁ, ଆସନ୍ତୁ ଜାଣିବା…

ଶୀତଦିନ ସରିଲା ପରେ ଖରାଦିନେ ଘରକୁ ମଏଶ୍ଚଚରାଇଜ୍‌ର ଆଣିବା ଅଦରକାରୀ ଭାବିଥାଉ। କିନ୍ତୁ ପ୍ରକୃତରେ ମଏଶ୍ଚଚରାଇଜର୍‌ ଶୀତ ଦିନେ ତ୍ୱଚା ପାଇଁ ଯେତିକି ଆବଶ୍ୟକ ଗ୍ରୀଷ୍ମଋତୁରେ ମଧ୍ୟ ସମାନ ଭାବେ ଦରକାରୀ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଋତୁରେ କେଉଁ ମଏଶ୍ଚଚରାଇଜର୍ ବାଛିବା।

How to cure gout
ଗାଉଟ୍ ବା ଗଣ୍ଠିବାତ ଥିଲେ କ’ଣ ଖାଇବେ

ଆମେ ଆମ ଦୈନନ୍ଦିନ ଖାଦ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟସାର ସବୁ ମିଶାଇ ଖାଇବା ଉଚିତ। ଯଦି କୌଣସି କାରଣରୁ ଆମ ଖାଦ୍ୟରେ କୌଣସି ପୋଷକ ବା ନ୍ୟୁଟ୍ରିଏଣ୍ଟ୍‌ର ମାତ୍ରା କମ୍ ବେଶୀ ହେଲା ତେବେ ଆମକୁ ନାନା ଶାରୀରିକ ସମସ୍ୟା ଭୋଗିବାକୁ ପଡ଼ିବ। ସେହିପରି ଏକ ରୋଗ ହେଉଛି ଗଣ୍ଠିବାତ।

Benefits of Halasana, gives a strength body
ହଳାସନ ରକ୍ତରେ ଶର୍କରା ସ୍ତର ହ୍ରାସକରେ, ଶରୀରକୁ କରେ ମଜବୁତ୍

ନିୟମିତ ହଳାସନ ଅଭ୍ୟାସ କରିବା ଦ୍ୱାରା ଅନେକ ପ୍ରକାର ଶାରିରୀକ ଲାଭ ମିଳିଥାଏ। ଶରୀରରେ ସନ୍ତୁଳତା ଆସିବା ସହିତ ଶରୀର ମଜବୁତ ହୋଇଥାଏ। ଋତୁସ୍ରାବ ସମୟରେ ମହିଳାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ।

Social worker Urmi Basu
ନିଃସହାୟକଙ୍କ ପାଇଁ ଆଲୋକ ବର୍ତ୍ତିକା

କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ। ସେ କିଏ ଓ କ’ଣ ଥିଲା ଉଦ୍ଦେଶ୍ୟ ଜାଣିବା ପାଇଁ ପଢନ୍ତୁ।

Vampire Facial The new method of Facial
ଫେସିଆଲ୍‌ର ନୂଆ ପଦ୍ଧତି ଭ୍ୟାମ୍ପ୍ୟାର୍‌

ଫେସିଆଲ୍‌ର ଏକ ପଦ୍ଧତିରେ ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜ ରକ୍ତର ପ୍ଲାଟିଲେଟ୍ ରିଚ୍‌ ପ୍ଲାଜ୍‌ମା ବ୍ୟବହାର କରାଯାଏ। ଏହି ପଦ୍ଧତିକୁ ମେଡିକାଲ୍‌ ଭାଷାରେ Platelet Rich Plasma ବା PRP Facial କୁହାଯାଏ, କିନ୍ତୁ ଆଲାବାମାର ଜଣେ ପ୍ଲାଷ୍ଟିକ୍‌ ସର୍ଜନ, Dr Charles Runels ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହାକୁ Vampire Facial ବୋଲି ନାମକରଣ କରିଥିଲେ।

Do yoga Practice and avoid eye problem
ଚଷମା ଠାରୁ ଦୂରେଇ ରୁହନ୍ତୁ, କରନ୍ତୁ ଏହି ୮ଟି ଯୋଗାଭ୍ୟାସ; ରହିବ ନାହିଁ ଆଖି ରୋଗ

ଦୃଷ୍ଟି ଶକ୍ତି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ମନୁଷ୍ୟକୃତ ଆଲୋକ, ଅଧିକ ସମୟ ଧରି ଟିଭି ଓ ମୋବାଇଲ୍ ଦେଖିବା, ଅସନ୍ତୁଳିତ ଖାଦ୍ୟ ଖାଇବା, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସି କାମ କରିବା, ଅଧିକ ସମୟ ଧରି ପାଠ ପଢିବା ଦ୍ୱାରା ଆଖିର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଆଖି ସମସ୍ୟା ଦେଖାଦିଏ। କ’ଣ କଲେ ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା।

Woman suffer in family fight
ଘରୋଇ ହିଂସା ଓ ମହିଳାଙ୍କ ସ୍ୱାସ୍ଥ୍ୟ

ଯଦିଓ ଘରୋଇ ହିଂସାର ପ୍ରସାର ଅତ୍ୟନ୍ତ ବ୍ୟାପକ କିନ୍ତୁ ଖୁବ୍ କମ ସଂଖ୍ୟକ ମାମଲା ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଖାସ କରି ବିହାର, କର୍ଣ୍ଣାଟକ ଓ ମଣିପୁର ଆଦି ରାଜ୍ୟରେ ଘରୋଇ ହିଂସାର ମାତ୍ରା ସମୁଦାୟ ଲିଂଗଗତ ହିଂସାର ପାଖାପାଖି ୪0% ହୋଇଥିବା ବେଳେ ରିପୋର୍ଟ କରାଯାଏ ମାତ୍ର ୮ ପ୍ରତିଶତ କିମ୍ବା ତା'ଠୁ କମ ସଂଖ୍ୟକ ମାମଲା।

Side effect of weight loss
ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସର କୁପରିଣାମ

ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ କମ୍ପ ଆସିବା ପରି ସାମାନ୍ୟ ସମସ୍ୟା ସବୁ ଦେଖାଯିବା ଛଡା ଅନେକ ଜଟିଳ, ସା°ଘାତିକ ଓ ପ୍ରାଣଘାତୀ ସମସ୍ୟା ବି ଦେଖାଯାଏ।

the priority of the modi government
ମୋଦି ସରକାରର ପ୍ରାଥମିକତା

ବିଦେଶ ନୀତି ଓ ପଡୋଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କିଛି ନାହିଁ। ତେବେ ମୋଦି ନିଜେ ଜଣେ ଅନନ୍ୟ ଜନନାୟକ ବୋଲି ପ୍ରମାଣିତ କରିବା ସହ ନିଜର ବ୍ରାଣ୍ଡ୍‌ ଭାଲ୍ୟୁରେ ବୄଦ୍ଧି ଘଟାଇବା ହିଁ ତାଙ୍କର ଅଗ୍ରାଧିକାର ଓ ପ୍ରାଥମିକତା ବୋଲି ଭାବିବାକୁ ହେବ। ଏଥିପାଇଁ ଭାବପ୍ରବଣତା ଓ ରାଷ୍ଟ୍ରପ୍ରେମର ଅତିରଞ୍ଜନ ହିଁ ତାଙ୍କର ବ୍ରହ୍ମାସ୍ତ୍ର।

PCOD problem of women
PCOD ସମସ୍ୟା ଥିଲେ କ’ଣ ଖାଇବେ

ମହିଳାଙ୍କ ଶରୀରରେ ଯଦି ପୁରୁଷ ସେକ୍ସ ହର୍‌ମୋନ୍‌ର ମାତ୍ରା ବଢ଼ିଯାଏ ତେବେ ତାହା ସେମାନଙ୍କୁ ପ୍ରଭାବିତ କରେ। ଏହି ହର୍‌ମୋ୍‌ର ଅନିୟମିତତା କାରଣରୁ କିଛି ମହିଳାଙ୍କର ଓଭାରୀରୁ ଅଣ୍ଡା ନିର୍ଗତ ହେବା ଡେରି ହୋଇଥାଏ ବା ଓଭାରୀରେ ସିଷ୍ଟ୍‌ ହେବା କାରଣରୁ କୌଣସିଟି ବି ଅଣ୍ଡା ପକ୍ୱ ହୋଇ ନଥାଏ। ଏହି ଅନିୟମିତତାକୁ PCODବା ପଲିସିଷ୍ଟ୍ରିକ୍ ଓଭାରୀ ଡିସ୍ଅର୍ଡର କୁହାଯାଏ।

8 Tips to increse concentration
ଏହି ୮ଟି ଉପାୟ ଆପଣଙ୍କ ଏକାଗ୍ରତା ବଢ଼ାଇବ

ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।

Today is birthday of Chhatrapati Sivaji
ଆଜି ଛତ୍ରପତି ଶିବାଜୀଙ୍କ ଜୟନ୍ତୀ: ଜାଣନ୍ତୁ ତାଙ୍କ ବୀରତ୍ୱର କାହାଣୀ

ବୀର ହିନ୍ଦୁ ରାଜାଙ୍କ କଥା ପଡିଲେ ସେଥିରୁ ବାଦ ଯିବେନି ମହାରାଜ ଛତ୍ରପତି ଶିବାଜୀ। ତାଙ୍କ ବୀରତ୍ୱର କାହାଣୀ ଶୁଣିଲେ ଯେ କେହି ହିନ୍ଦୁର ରକ୍ତ ତେଜିୟାନ ହୋଇ ଉଠିବ। ମୋଗଲ ସାମ୍ରାଜ୍ୟକୁ ପତନ କରି ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ନେଇଥିଲେ ସଂକଳ୍ପ।

Child artist
ପିଲାମାନେ ଜଣେ ଜଣେ ଚମତ୍କାର ଚିତ୍ରଶିଳ୍ପୀ

ଆଜିକାଲି ଚାଇଲ୍ଡ ଆର୍ଟିଷ୍ଟଙ୍କ ଅଭାବ ନାହିଁ। ଚାଇଲ୍ଡ ଆର୍ଟ ଶବ୍ଦଟି ପ୍ରଥମ କରି ଫ୍ରାଞ୍ଜ୍‌ ସିଜେକ୍ ୧୮୯୦ରେ ବ୍ୟବହାର କରିଥିଲେ। ଶିଶୁ ଛବି ଏତେ ଶକ୍ତିଶାଳୀ ଯେ ସେଉଠୁ ପ୍ରେରଣା ନେଇ ଅନେକ ବିଶ୍ୱବିଖ୍ୟାତ ଚିତ୍ରଶିଳ୍ପୀ ସେମାନଙ୍କ କଳାକର୍ମ କରିଯାଇଛନ୍ତି।