Advertisment

ଶୀତ ଦିନେ ରୂପି ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ସବୁ ଘରୋଇ ଟିପ୍ସ୍‌

ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।

author-image
Pallipuspa Samal
ଅଦ୍ୟତନ ହୋଇଛି
dandruff problem

dandruff problem

ସାଧାରଣତଃ ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ । ଦେଖିବାକୁ ଗଲେ ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ । ତେବେ ଚାଲନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୂପି ସମସ୍ୟାକୁ ଭଲ କରି ହେବ।

Advertisment

ଆଲୋଭେରା:

ଆଲୋଭେରା ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ । ଏଥିପାଇଁ ଦୁଇ ଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲ୍‌ରେ କିଛି ଡ୍ରପ୍‌ ନିମ ତେଲ ମିଶାଇ ମୁଣ୍ଡରେ ଲଗାଇ ପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ରାଶି ତେଲ:

ରାଶି ତେଲ ବ୍ୟବହାର ଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନ ଥାଏ।

Advertisment

ଦହି:

ରୁପି ସମସ୍ୟା ଦୂର କରିବାରେ ଦହି ଏକ ସହଜ ଉପାୟ । ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ଦହିକୁ କେଶରେ ଲଗାଇ ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍‌ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।

ଅଣ୍ଡା ଓ ଲେମ୍ବୁ ରସ:

ଅଣ୍ଡା ଓ ଲେମ୍ବୁ ରସ ମଧ୍ୟ ରୂପି ଭଲ କରିବାରେ ସାହାଯ୍ୟ କରେ। ଏଥପାଇଁ ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆ ଅଂଶକୁ ଗୋଳାଇ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ। ଏହାକୁ ପ୍ରାୟ ୨ ଘଣ୍ଟା ରଖିବା ପରେ ସମ୍ପୁର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ। ସପ୍ତାହକୁ ୩-୪ ଥର ଏପରି କଲେ ପରି ରୂପି ସମସ୍ୟା ସମ୍ପୁର୍ଣ୍ଣ ଭଲ ହେଇଯିବ I

HealthTips
Advertisment
Advertisment