ସାରା ବିଶ୍ୱରେ ଏବେ କରୋନା କହର । ସମସ୍ତଙ୍କ ମନରେ କରୋନା ସଂକ୍ରମଣ ନେଇ ଭରି ରହିଛି ଭୟ । କାରଣ ଗତ ଥର ଅପେକ୍ଷା ଏଥରର ଓମିକ୍ରନ୍ ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ କ୍ଷମତା ବହନ କରୁଛି । ତେବେ ଏହି ଓମିକ୍ରନ୍ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଶେଷଜ୍ଞଙ୍କ କହିବା କଥା କରୋନା ଭୂତାଣୁ ଏତେ କ୍ଷୁଦ୍ର ଯେ, ତାକୁ ସାଧାରଣ ମାସ୍କ ଶରୀର ଭିତରେ ପଶିବାକୁ ଅଟକାଇ ପାରିବ ନାହିଁ ।
Also Read
ବିଶେଷଜ୍ଞଙ୍କ କହିବାନୁଯାୟୀ:-
କନା ମାସ୍କ ପ୍ରାୟତଃ କାମ ଦେବ ନାହିଁ ।
ସର୍ଜିକାଲ ମାସ୍କ ଅନେକ ଜୀବାଣୁ ଭୂତାଣୁକୁ ଅଟକାଇ ଥାଏ ।
କରୋନା ଭୂତାଣୁ ଏତେ କ୍ଷୁଦ୍ର ଯେ, ତାକୁ ସର୍ଜିକାଲ ମାସ୍କ ବି ଅଟକାଇ ପାରିବନି ।
ଆଉ ଏକ ମାସ୍କ ହେଲା ଫିଲଟରିଂ ଫେସ୍ ପିସ୍ ମାସ୍କ ।
ଏହି ମାସ୍କ ପିନ୍ଧିଲେ ବାହାରର ଭୂତାଣୁ ଶରୀରକୁ ଯିବ ନାହିଁ ।
ଏହି ମାସ୍କରେ କିନ୍ତୁ ସଂକ୍ରମିତ ଶରୀରରୁ ଭୂତାଣୁ ବାହାରକୁ ଆସିବାର ଆଶଙ୍କା ରହିଛି ।
ସବୁଠୁ ଭଲ ମାସ୍କ ହେଲା N-95 ମାସ୍କ ।
ଏହି ମାସ୍କ ୫ ପରସ୍ତ କନାରେ ତିଆରି ହୋଇଥାଏ ।
ଏହି ମାସ୍କକୁ କରୋନା ଭୂତାଣୁ ଭେଦ କରିପାରିବ ନାହିଁ ।
N-95 ମାସ୍କ ୯୫ ପ୍ରତିଶତ ଯାଏ ସୁରକ୍ଷା ଦେଇପାରିବ ।
ମାସ୍କ ପିନ୍ଧିବେ କିପରି ?
ମାସ୍କକୁ କେବେ ବି ସାମ୍ନା ପଟରୁ ଧରିବା ନାହିଁ ।
ମାସ୍କକୁ ପାର୍ଶ୍ୱ ପଟରୁ ହିଁ ଧରି ପିନ୍ଧିବେ ।
ନାକ, ପାଟି ଯେମିତି ପୁରା ଘୋଡ଼େଇ ହୋଇ ରହିବ, ତାକୁ ଧ୍ୟାନ ଦେବା ।
ଡବଲ୍ ମାସ୍କ ପିନ୍ଧିବା ବହୁତ ଭଲ
ଦୁଇଟି ମାସ୍କ ପିନ୍ଧିଲେ ଆହୁରି ଭଲ ।
୨ଟି ମାସ୍କ ପିନ୍ଧିଲେ ଭୂତାଣୁ ଶରୀର ଭିତରକୁ ଯାଇପାରିବନି ।
୨ଟି ମାସ୍କ ପିନ୍ଧିଲେ କଥା ନ ହେବା ଭଲ ।
କାହିିଁକି ମାସ୍କ ପିନ୍ଧିବା ?
କରୋନାରୁ ରକ୍ଷା ପାଇବାକୁ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ।
କରୋନା ଭୂତାଣୁ, ସଂକ୍ରମିତ ବ୍ୟକ୍ତିର ନିଶ୍ୱାସ ପ୍ରଶ୍ୱାସରେ ବାହାରକୁ ଆସେ ।
ସେହି ବାୟୁ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କଲେ, ତାଙ୍କୁ ବି କରୋନା ହେବ ।
ମାସ୍କ ପିନ୍ଧିଲେ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିର ଶରୀରକୁ ଯାଇ ପାରିବ ନାହିଁ ।
ଶରୀର ଭିତରକୁ ଭୂତାଣୁକୁ ଯିବାକୁ ଦେବ ନାହିଁ ମାସ୍କ ।