• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାତ୍ର ଗୋଟେ କିସ୍ କରି ପାଇଲେ କୋଟି କୋଟି ଟଙ୍କା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ସତ । ହଲିଉଡ୍ ସୁନ୍ଦରୀ କାଇଲି ଜେନର୍ (Kylie Jenner) ଏନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାଇଲି ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟ 300 ମିଲିୟନ୍ ଫଲୋର୍ସ ଅଛନ୍ତି । କାଇଲି ଜେନର ଲିପଷ୍ଟିକ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ଦୁନିଆର ସବୁଠାରୁ କନିଷ୍ଠ କୋଟିପତି ହୋଇପାରିଛନ୍ତି ।

ସେହିପରି ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ(Cristiano Ronaldo) ୩୮୮ ମିଲିୟନ ଫଲୋଅର ସହିତ କାଇଲିଙ୍କ ଠାରୁ ଆଗୁଆ ରହିଥିବା ବେଳେ ଇଣ୍ଟାଗ୍ରାମର ଅଫିସଆଲ୍ ଆକାଉଣ୍ଟରେ ସର୍ବାଧିକ ୪୬୦ ମିଲିୟନ ଫଲୋଅର ରହିଛନ୍ତି। କିମ୍‌ କାର୍ଦିସିଆନ୍‌ଙ୍କ ଭଉଣୀ ହେଉଛନ୍ତି କାଇଲି ଜେନର । ଦୁହେଁ ଦୁନିଆରେ ବେଶ୍ ଲୋକପ୍ରିୟ ଅଟନ୍ତି । କାଇଲି ନିଜ ଭିନ୍ନ ଓ ସୁନ୍ଦର ଓଠକୁ ନେଇ ସବୁଆଡେ ଚର୍ଚ୍ଚାରେ ରହିଥାନ୍ତି । କାଇଲି କିସ୍ କରିବା ଦ୍ୱାରା ତାଙ୍କୁ କୋଟି କୋଟି ଟଙ୍କା ମିଳିଥିବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ,ପ୍ରଥମେ ୨୦୧୯ରେ ପପ୍ ସିଙ୍ଗର ଆରିଆନା ଗ୍ରାନଡ୍ଏ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ। ଅରିଆନାଙ୍କ ପୂର୍ବରୁ ସେଲେନା ଗୋମେଜ୍ ୧୪୬.୫ ମିଲିୟନ ଫଲୋଅର ସହିତ ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନ୍ୟମାନଙ୍କ ଭଳି ସୋସିଆଲ ମିଡିଆରେ ଏତେ ଆକ୍ଟିଭ୍ ନଥିଲେ ମଧ୍ୟ କାଇଲି ନିଜ ଆକାଉଣ୍ଟରେ ୩୦୦ ମିଲିୟନ ଫଲୋର୍ସ ହାସଲ କରିବାରେ ସଫଳ ହୋଇଛନ୍ତି ।