• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫକ୍ସ ଭିଲେଜ: ଏଠି ରହନ୍ତି ଖାଲି କୋକିଶିଆଳ

ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୋକିଶିଆଳ ବା ଫକ୍ସ ମାନଙ୍କ ସମ୍ପର୍କରେ ଏତିକି ଜାଣିଛନ୍ତି ଯେ, ଏହା ଏକ ଚତୁର ପ୍ରାଣୀ । ଯାହା ସାଧାରଣ ଭାବେ ଆମେ ଶୁଣୁଥିବା କାହାଣୀରେ ବଂଚିରହିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ବିଶ୍ୱରେ ଏଭଳି ବି ଏକ ସ୍ଥାନ ରହିଛି ଯେଉଁଠାରେ ଏହି କୋକିଶିଆଳ ମାନେ ଶହ ଶହ ସଂଖ୍ୟାରେ ବସବାସ କରନ୍ତି । ଏହି ସ୍ଥାନଟି ହେଉଛି ଜାପାନର ଏକ ଗାଁ…ଆଉ ଏହାକୁ କୁହାଯାଏ ଝାଓ ଫକ୍ସ ଭିଲେଜ ଅର୍ଥାତ୍‌ କୋକିଶିଆଳ ମାନଙ୍କର ଗାଁ ।

ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କ ଅନୁଯାୟୀ ଏହି ଗାଁ ଆମ ବିଶ୍ୱର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରୁ ଅନ୍ୟତମ । ତେବେ ଏହି 'ଝାଓ ଫକ୍ସ ଭିଲେଜ୍‌' ଜାପାନର ମିୟାଗୀ ପରଫେକ୍ଚର ନାମକ ଏକ ସ୍ଥାନରେ ରହିଛି । ଯେଉଁମାନେ ଏହି ସ୍ଥାନ ସମ୍ପର୍କରେ ଜାଣିଛନ୍ତି ସେମାନେ ଏଠାକୁ ବାରମ୍ବାର ବୁଲିବାକୁ ଆସିଥାଆନ୍ତି । ଏହି ସ୍ଥାନ ପର୍ଯ୍ୟଟକ ଆଉ ପଶୁ ପ୍ରେମୀଙ୍କୁ ସବୁବେଳେ ନିଜ ଆଡକୁ ଆକର୍ଷିତ କରିଥାଏ ।

ଏହି ଗାଁରେ ବୁଲିବାକୁ ହେଲେ ପର୍ଯ୍ୟଟକମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ପ୍ରଥମେ କୁହାଯାଏ ଯେ, ଛୋଟ ପିଲାମାନଙ୍କୁ ଏହି କୋକିଶିଆଳ ମାନଙ୍କ ଠାରୁ ଦୂରରେ ରଖିବାକୁ । ଆପଣ କୌଣସି ଖାଦ୍ୟ ସାମଗ୍ରୀ ହାତରେ ଏହି କୋକିଶିଆଳ ମାନଙ୍କୁ ଖୁଆଇପାରିବେ ନାହିଁ । କାରଣ ସେମାନେ ପାଳିତ କୋକିଶିଆଳ ନୁହନ୍ତି, ତେଣୁ ସେମାନେ କ୍ଷତି ମଧ୍ୟ ପହଁଚାଇ ପାରିବେ । ଜାପାନରେ ମଧ୍ୟ ଫକ୍ସ ମାନଙ୍କୁ ଚାଲାକ ପ୍ରାଣୀ ବୋଲି ମାନିଥାଆନ୍ତି । କିନ୍ତୁ ପଶ୍ଚିମ ଜାପାନରେ ମାନ୍ୟତା ରହିଛି ଯେ, ଫକ୍ସମାନେ ବିକାଶ, ସମ୍ପନ୍ନତା ଓ ଅନ୍ନଦାତାଙ୍କ ଦୂତ । ଆଉ ସେମାନଙ୍କ ମଧ୍ୟରେ ରହସ୍ୟମୟ ଶକ୍ତି ଭରୁ ରହିଥାଏ । ତେଣୁ ସେମାନଙ୍କର ଏହି ଫକ୍ସ ମାନଙ୍କ ଉପରେ ଗଭୀର ବିଶ୍ୱାସ ରହିଛି ।

fox village japanfox village japan

ଆମେ ବନି ଆଇଲ୍ୟାଣ୍ଡ ଓ କ୍ୟାଟ୍‌ ଆଇଲ୍ୟାଣ୍ଡ ସମ୍ପର୍କରେ ତ ଶୁଣିଥିଲୁ । ଠିକ୍‌ ସେହିଭଳି ନିଆରା ଏହି ଫକ୍ସ ଭିଲେଜ । ଏଠାରେ ୬ଟି ପ୍ରଜାତିର ଭିନ୍ନ ଭିନ୍ନ କୋକିଶିଆଳ ଦେଖିବାକୁ ମିଳନ୍ତି । ରେଡ୍‌ ଫକ୍ସ, ବିରଳ ସିଲର୍ଭ‌ ଫକ୍ସ ଇତ୍ୟାଦି । ସେମାନଙ୍କୁ ଆପଣ ସବୁବେଳେ ଏକାଠି ଠାଏ ଠାଏ ଦେଖିବାକୁ ପାଇବେ । ସେମାନେ ଏକାଠି ଖେଳୁଥିବେ, ଏକାଠି ଖାଉଥିବେ ନଚେତ୍‌ ଏକାଠି ଖୁସିରେ ଚିତ୍କାର କରୁଥିବେ । ଆଉ ସେହି ପରିବେଶ ହି ଏହି ଗାଁର ବାତାବରଣକୁ ଆହୁରି ମନମୁଗ୍ଧକର ବନାଇଦିଏ । ତେବେ ସାଧାରଣ ଭାବେ ଏହି ଫକ୍ସ ଗୁଡିକ ଫ୍ରେଣ୍ଡଲୀ ବା ପୋଷା ।

fox village japanfox village japan

ପରିବେଶ ଓ ସ୍ଥାନୀୟ ଲୋକମାନଙ୍କ ସହ ବେଶ୍‌ ଭଲ ଭାବେ ଖାପ ଖୁଆଇ ରହିଥାଆନ୍ତି । ସେମାନଙ୍କ କ୍ୟୁଟନେସ୍‌ ଦେଖି ବାସ୍ତବରେ କେହି ବି କହିପାରିବେ ନାହିଁ ଯେ, ସେମାନେ ୱାଇଲ୍ଡ ବା ଜଙ୍ଗଲୀ ଜୀବ ବୋଲି । ଗୃହପାଳିତ ଭଳି ସେମାନେ ରହିଥାଆନ୍ତି । ପର୍ଯ୍ୟଟକମାନଙ୍କ ସହିତ ମଧ୍ୟ ସେମାନେ ବେଶ୍‌ ସହଜରେ ମିଶିଯାଇପାରନ୍ତି । ଆଉ ସେମାନଙ୍କର କ୍ୟୁଟନେସ ହିଁ ପର୍ଯ୍ୟଟକମାନଙ୍କୁ ଏଠାକୁ ଟାଣିଆଣେ । ଏହାଛଡା ଏହି ଗାଁର ପରିବେଶ୍‌ ମଧ୍ୟ ବେଶ୍‌ ଶାନ୍ତ ଓ ସ୍ୱଚ୍ଛ । ବର୍ତ୍ତମାନ ସମୟରେ ସେଠାରେ ୧୦୦ରୁ ଅଧିକ ଫକ୍ସ ମିଳିଯିବେ । ଅନେକ ଲୋକ ଏହାକୁ ପୃଥିବୀର ସବୁଠାରୁ କ୍ୟୁଟ ସ୍ଥାନ ବୋଲି କହିଥାଆନ୍ତି । ଏହି ସ୍ଥାନକୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ହୋଇଛି । ତଥାପି ଏହା ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଆକର୍ଷଣୀୟ କେନ୍ଦ୍ର ପାଲଟିସାରିଛି ।