• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟେଷ୍ଟ କ୍ରିକେଟ୍‌ରୁ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି । ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି ବିରାଟ । ପୂର୍ବରୁ ଟି ଟ୍ୱେଣ୍ଟି, ଦିନିକିଆ ଅଧିନାୟକ ପଦ ବି ଛାଡ଼ିଥିଲେ । ୭ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ ପତନ ଦେଇ ଗତି କରିଥିବା ମଧ୍ୟ ସେ କହିଛନ୍ତି ।

କେବେ ବି ଉଦ୍ୟମ ଓ ବିଶ୍ୱାସରେ ଅବହେଳା କରିନାହାନ୍ତି । ଅଧିନାୟକ ଭାବେ ୧୨୦% ଦେବା ପାଇଁ ଉଦ୍ୟମ କରିଛନ୍ତି । କେବେ ବି ଟିମ୍‌ର ସମ୍ମାନହାନୀ ହେବା ଭଳି କାମ କରିନାହାନ୍ତି ବୋଲି ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି । ଏଭଳି ଏକ ଭାବବିହ୍ୱଳ ଟ୍ୱିଟ୍‌ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବିରାଟ କୋହଲି । ଦେଶର ନେତୃୃତ୍ୱ ନେବାକୁ ସୁଯୋଗ ଦେଇଥିବାରୁ BCCIକୁ ସେ କୃତଜ୍ଞତା ମଧ୍ୟ ଦେଇଛନ୍ତି । ସାଥୀ ଖେଳାଳିଙ୍କୁ ମଧ୍ୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୨ରେ ହାରିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ଥିଲେ ମଧ୍ୟ ଏହାକୁ ବିରାଟ ବାହିନୀ ହାତ ଛଡ଼ା କରିଥିଲା । ପ୍ରଥମ ଟେଷ୍ଟକୁ ଭାରତ ବେଶ ଚମତ୍କାର ଢଙ୍ଗରେ ଜିତିଥିଲେ ବି ବାକି ଦୁଇଟି ଯାକ ଟେଷ୍ଟରେ ପରାଜିତ ହୋଇଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା ସିରିଜ୍ ହାରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି । ଏପରି କି ଟିମ ଇଣ୍ଡିଆ, ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ବି ପଛରେ ରହିଛି । ଭାରତ ୫ମ ସ୍ଥାନରେ ଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିବା କୁହାଯାଉଛି । ଏବେ ଟିମ୍ ଇଣ୍ଡିଆ ଯଦି କୌଣସି ଗୋଟିଏ ଟେଷ୍ଟ ମ୍ୟାଚ୍ ହାରିବ କିମ୍ବା ଡ୍ର କରିବ, ତା’ହେଲେ ଫାଇନାରେ ଆଉ ପ୍ରବେଶ କରିପାରିବ ନାହିଁ ।