/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642232883.jpg)
cat refuses to leave owner’s grave in Serbia 2 months after his funeral heartbreaking viral post
କଥାରେ ଅଛି ପୋଷା ବିଲେଇ କୁକୁର ମଣିଷର ଏକ ଘନିଷ୍ଠ ବନ୍ଧୁ । ଏହା କେବଳ କଥାରେ ନାହିଁ । ବରଂ ବାସ୍ତବ ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ଏହିପରି କିଛି ଜ୍ୱଳନ୍ତ ଉଦାହରଣ । ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Update: His Cat is still there... https://t.co/frwD8H1S2Kpic.twitter.com/Lfq4eRHCiR
— Lavader (@LavBosniak) January 10, 2022
ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ପୋଷ୍ଟରେ ଏକ ଫୋଟ ସେୟାର ହୋଇଛି, ଯେଉଁଥିରେ ବିଲେଇ ତାର ମାଲିକର କବରରେ ବସି ତାଙ୍କୁ ଝୁରୁଥିବାର ଦେଖିବାକୁ ମିଳିଛି । ବିଲେଇଟି ପ୍ରାୟ ଦୁଇମାସ ହେବ ଏହିପରି ବସି ରହିଛି ବୋଲି ଜଣାପଡ଼ିଛି ।
After Mufti Muamer Zukorlić passed away last week, his Cat has not left his Grave since his Funeral, and is always seen standing by the Grave of the Mufti.
Even in death, his Cat wants to be close to him no matter what. pic.twitter.com/BKP8bYD6MY
— Lavader (@LavBosniak) November 9, 2021
ସୂଚନା ଅନୁସାରେ, ଗତ ୨୦୨୧ ନଭେମ୍ୱର ୬ ତାରିଖରେ ସର୍ବିଆର ପୂର୍ବତନ ମୁଫତି ଶେଖ୍ ମୁଆମେର ଜୁକୋରଲିଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ସେ ମୁଆମେର ଜୁକୋରଲି ସର୍ବିଆର ମୁସଲମାନ ସଂମ୍ପ୍ରଦାୟର ଜଣେ ସୁପରିଚିତ ବ୍ୟକ୍ତି ଥିଲେ । ସେ ତାଙ୍କ ଘରେ ଏକ ପୋଷା ବିଲେଇ ରଖିଥିଲେ ।
ଜୁକୋରଲି ତାଙ୍କ ପୋଷା ବିଲେଇକୁ ନିଜ ପ୍ରାଣଠାରୁ ବି ଅଧିକ ଭଲ ପାଉଥିଲେ । ବିଲେଇ ମଧ୍ୟ ନିଜ ମାଲିକକୁ ବହୁତ ଭଲ ପାଉଥିଲା । ହେଲେ ସମୟ ବିତିବା ସହ ଗତ ନଭେମ୍ୱର ମାସ ୬ ତାରିଖରେ ହଠାତ୍ ହୃଦ୍ଘାତରେ ଜୁକୋରଲିଙ୍କ ଦେହାନ୍ତ ହୋଇଥିଲା ।
ଜୁକୋରଲିଙ୍କ ମୃତ୍ୟୁ କଥା ଜାଣିବା ମାତ୍ରେ ତାଙ୍କ ପୋଷା ବିଲେଇଟି ଶ୍ମଶାନ ପହଞ୍ଚି ତାଙ୍କ କବର ପାଖରେ ବସିରହିଲା । ହାଡ଼ଭଙ୍ଗା ଶୀତରେ ହେଉଥିବା ତୁଷାରପାତ ସହ ଭୋକ ଉପବାସରେ ବିଲେଇ ସେମିତି ବସି ନିଜ ମାଲିକକୁ ଝୁରୁଛି । ନିଜ ମାଲିକ ପ୍ରତି ବିଲେଇର ଏହି ପ୍ରେମ ଦେଖି ପାଖଆଖ ଲୋକମାନେ ଭାବପ୍ରବଣ ହେବା ସହ ବିଲେଇ ପ୍ରତି ତା ମାଲିକର ପ୍ରେମକୁ ମଧ୍ୟ ଦେଖୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)