Advertisment

ଭାରତୀୟ ସେନାର କାହାଣୀ କହୁଥିବା ୫ଟି ଜବରଦସ୍ତ ଫିଲ୍ମ

ବଲିଉଡ୍‌ରେ ଭାରତୀୟ ସେନାକୁ ନେଇ ଅନେକ ଫିଲ୍ମ ରହିଛି। ଏହି ଫିଲ୍ମଗୁଡିକୁ ପ୍ରାୟ ଦର୍ଶକ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ନଜର ପକେଇବା ସେହିଭଳି ୫ଟି ଫିଲ୍ମ ଉପରେ।

author-image
Pramod Behera
ଅଦ୍ୟତନ ହୋଇଛି
5 best bollywood movies based on Indian army

5 best bollywood movies based on Indian army

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ରେ ଭାରତୀୟ ସେନା ଦିବସ ପାଳନ କରାଯାଏ। ୧୯୪୯ ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶଲ କେ. ଏମ୍. କାରିଆପ୍ପା ଜେନେରାଲ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର କମାଣ ସମ୍ଭାଳିଥିଲେ । ଏନେଇ ଏହି ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଏହା ପାଳନ କରାଯାଏ।

Advertisment

ବଲିଉଡ୍‌ରେ ମଧ୍ୟ ଭାରତୀୟ ସେନା ଏବଂ ଯୁଦ୍ଧକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଏବଂ ଏହା ମଧ୍ୟ ସ୍ମରଣୀୟ ହୋଇ ରହିଛି। ଭାରତୀୟ ସେନାକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ବହୁତ ଲମ୍ବା। କିନ୍ତୁ ଆଜି ଏହି ସେନା ଦିବସ ଅବସରରେ ଏଠାରେ ଆମେ ଶ୍ରେଷ୍ଠ ୫ଟି ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରିବୁ, ଯାହାକୁ ନିଶ୍ଚିତ ଭାବରେ ଦେଖାଯିବା ଉଚିତ।

୧. ହକୀକତ୍:

୧୯୬୨ ମସିହା ଇଣ୍ଡୋ-ଚାଇନା ଯୁଦ୍ଧ ଉପରେ ଆଧାରିତ ଥିଲା ଚଳଚ୍ଚିତ୍ର ‘ହକୀକତ୍’। ଏହାର ନିର୍ଦ୍ଦେଶନା ଚେତନ ଆନନ୍ଦ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ବଲରାଜ ସାହାଣୀ, ପ୍ରିୟା ରାଜବଂଶ, ସଞ୍ଜୟ ଖାନ, ବିଜୟ ଆନନ୍ଦ, ଜୟନ୍ତ ଏବଂ ସୁଧୀର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ହକୀକତ୍’ ୧୯୬୪ରେ ରିଲିଜ୍ ହୋଇଥିଲା।

Advertisment

୨. ପ୍ରହାର:

‘ପ୍ରହାର’ର କାହାଣୀ ଜଣେ ମେଜରଙ୍କ ଉପରେ ଆଧାରିତ ଥିଲା। ସେ ସେନାରେ ଦେଶ ସେବା କରିବା ପରେ, ଦୁର୍ନୀତିଗ୍ରସ୍ତଙ୍କ ସହ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଏହି ଚଳଚ୍ଚିତ୍ରଟି ନାନା ପାଟେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏଥିରେ ମୁଖ୍ୟ ଭୂମିକାରେ ହବିବ ତନିଭ, ଡିମ୍ପଲ କପାଡିଆ, ମାଧୁରୀ ଦୀକ୍ଷିତ ଏବଂ ନାନା ପାଟେକର ଅଭିନୟ କରିଥିଲେ। ୧୯୯୧ରେ ଏହା ରିଲିଜ୍ ହୋଇଥିଲା।

୩. ବର୍ଡର୍:

ଚଳଚ୍ଚିତ୍ର ‘ବର୍ଡର୍’ ୧୯୭୧ର ଲଙ୍ଗୋୱାଲ୍ ଯୁଦ୍ଧ ଉପରେ ଆଧାରିତ। ଏହା ହେଉଛି ଜେ.ପି. ଦତ୍ତାଙ୍କ ଦ୍ୱାରା ନିର୍ଦ୍ଦେଶନାରେ ପ୍ରସ୍ତୁତ ଥିଲା। ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ, ସୁନୀଲ ଶେଟ୍ଟି, ଜ୍ୟାକି ଶ୍ରଫ, ଅକ୍ଷୟ ଖାନ୍ନା ଏବଂ ପୁନୀତ ଇସରଙ୍କ ପରି କଳାକାରମାନେ ଅଭିନୟ କରିଥିଲେ। ୧୯୯୭ ମସିହାରେ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା।

୪. ଲକ୍ଷ୍ୟ:

୧୯୯୯ କାର୍ଗିଲ୍ ଯୁଦ୍ଧ ଉପରେ ଆଧାରିତ ‘ଲକ୍ଷ୍ୟ’ ଏକ କାଳ୍ପନିକ କାହାଣୀ। ଏହାର ନିର୍ଦ୍ଦେଶନା ଦେଇଥିଲେ ଫର୍‌ହାନ ଅଖତର। ଏଥିରେ ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୦୪ରେ ଏହି ଫିଲ୍ମ ପରଦାକୁ ଆସିଥିଲା।

୫. ଶେରଶାହ:

କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ପରମ ବୀର ଚକ୍ର ବିଜେତା କ୍ୟାପ୍‌ଟେନ୍‌ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଥିଲା ଚଳଚ୍ଚିତ୍ର ‘ଶେରଶାହ’। ବିଷ୍ଣୁବର୍ଦ୍ଧନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଅଭିନୟ କରିଥିଲେ। ୨୦୨୧ରେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିଥିଲା।

Bollywood
Advertisment
Advertisment