Advertisment

ଗାଇଡ୍‌ଲାଇନ୍‌କୁ ଫୁ’: ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ସମାଜବାଦୀ ପାର୍ଟିର ବଡ଼ ସଭା

ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Samajwadi Party Meeting

Samajwadi Party Meeting

ଲକ୍ଷ୍ନୌ: ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛନ୍ତି। କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ସଭା ହେଲା ? କାହିଁକି ଏହାକୁ ଭର୍ଚୁଆଲ୍‌ରେ କରାଗଲାନି ? ସେନେଇ ନିର୍ବାଚନ କମିଶନ ସବିଶେଷ ରିପୋର୍ଟ ମାଗିଛନ୍ତି। ଏତଦ୍‌ବ୍ୟତୀତ ସ୍ଥାନୀୟ ଗୌତମପଲ୍ଲୀ ଥାନାଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଗତକାଲି ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ସଭାରେ ସମାଜବାଦୀ ପାର୍ଟିର ବହୁ ସଂଖ୍ୟାରେ ନେତା ଓ କର୍ମୀ ଏକାଠି ହୋଇଥିଲେ। ନିର୍ବାଚନ କମିଶନର ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ କଡ଼ା ଗାଇଡଲାଇନ୍ ଜାରି କରିଛନ୍ତି।

ଘଟଣାକୁ ନେଇ ଲକ୍ଷ୍ନୌ ପୋଲିସ୍ ୨୫୦୦ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ସମାଜବାଦୀ ପାର୍ଟି ନେତା ଓ ଅନେକ କର୍ମୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏପିଡେମିକ୍ ଆକ୍ଟ ଅନୁସାରେ, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନର କହିଛନ୍ତି। 

Advertisment

୧୫ ତାରିଖ ଅର୍ଥାତ୍‌ ଆଜି ଯାଏ କୌଣସି ସଭା ଓ ଶୋଭଯାତ୍ରା ହୋଇପାରିବନି ନିର୍ବାଚନ କମିଶନର ବୋଲି କହିଥିଲେ। ହେଲେ ଏହା ସତ୍ତ୍ୱେ ସମାଜବାଦୀ ପାର୍ଟିର ଏହି ଶୋଭାଯାତ୍ରା ଯେପରି ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଥିଲା। 

COVID Guidelines Violation Samajwadi Party
Advertisment
Advertisment