Advertisment

ବାହାଘର ପାଇଁ ଗହଣା ସପିଂ କରିବାକୁ ଯାଉଛନ୍ତି କି, ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ବାହାଘର ପ୍ରତ୍ୟେକ ମଣିଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ବିବାହ ଠିକ୍‌ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍‌ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍‌ ଲୁକ୍‌ ବିଗିଡ଼ିଯାଏ। ତେବେ ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍‌ ଦେବୁ, ଯାହା ଆପଣ ସପିଂ ବେଳେ ସାହାଯ୍ୟ କରିବ ।

author-image
Pallipuspa Samal
ଅଦ୍ୟତନ ହୋଇଛି
wedding shopping

wedding shopping

ଗହଣା କିଣିବା ଆଗରୁ ଟ୍ରାଏଲ୍ କରନ୍ତୁ:

ଦୋକାନରେ ଥିବା ଭିନ୍ନ ଭିନ୍ନ ଡିଜାଇନ୍‌ର ଗହଣା ଦେଖିବାକୁ ଖୁବ୍‌ ଭଲ ଲାଗେ। କିନ୍ତୁ ଏହା ପିନ୍ଧିବା ପରେ ଯେ ଆପଣଙ୍କ ଶରୀରକୁ ସେପରି ମାନିବ ଅବା ଭଲ ଲାଗିବ, ସେମିତି ନୁହେଁ। ତେଣୁ କେବଳ ଗହଣା ଦେଖି ଏହାକୁ କିଣିବାର ଭୁଲ ଆଦୌ କରନ୍ତୁ ନାହିଁ। ବରଂ କିଣିବା ପୂର୍ବରୁ ପ୍ରଥମେ ପିନ୍ଧି ଦେଖନ୍ତୁ, ଏହା ଆପଣଙ୍କୁ କେମିତି ମାନୁଛି ଏବଂ ଆପଣଙ୍କ ବାହାଘରର ଲେହେଙ୍ଗା ବା ଶାଢ଼ୀ ସହ ଏହା କେମିତି ଦିଶିବ। ଟ୍ରାଏଲ୍‌ ଦ୍ୱାରା ଆପଣ କିଣିଥିବା ଗହଣାରୁ ଏକଦମ୍‌ ପରଫେକ୍ଟ୍ ବ୍ରାଇଡାଲ୍‌ ଲୁକ୍‌ ପାଇପାରିବେ।

Advertisment

ପୂର୍ବରୁ ରିସର୍ଚ୍ଚ କରି ଗହଣା କିଣନ୍ତୁ:

  • କୌଣସି ବି ଫଙ୍କ୍‌ସନ୍‌ ପାଇଁ ଗହଣା କିଣିବା ପୂର୍ବରୁ ଇଣ୍ଟର୍‌ନେଟ୍‌ କିମ୍ବା ଅନ୍ୟ ସୋର୍ସ ସାହାଯ୍ୟରେ କିଛି ରିସର୍ଚ୍ଚ କରି ନିଅନ୍ତୁ।
  • ଏହାଦ୍ୱାରା ଆପଣ ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ଓ ଫ୍ୟାଶନ୍‌ ସମ୍ପର୍କରେ ଜାଣି ପାରିବେ। ଏହା ସହ କେଉଁ ଡ୍ରେସ୍‌ ସହ କେମିତି ଗହଣା ଭଲ ଲାଗିବ, ସେସମ୍ପର୍କରେ ଆବଶ୍ୟକ ଧାରଣା ସହ ଏହାର ମୂଲ୍ୟ ବିଷୟରେ ମଧ୍ୟ ସୂଚନା ପାଇ ପାରିବେ। ଫଳରେ ଆପଣ ନିଜ ବଜେଟ୍‌ ଅନୁସାରେ ଭଲ ଗହଣା କିଣି ପାରିବେ।
  • ଜୁଏଲାରୀ ସପିଂବେଳେ ଧ୍ୟାନ ଦିଅନ୍ତୁ, ହାର ହେଉ କି କାନଫୁଲ ଅବା ଚୁଡ଼ି, ଏହି ସମସ୍ତ ଗହଣା ସାମଗ୍ରୀ ପରସ୍ପର ସହ ମେଳ ଖାଉଥିବା ଆବଶ୍ୟକ।
  • ଯଦି ଆପଣ ଓଜନିଆ ହାର ପିନ୍ଧୁଛନ୍ତି, ତେବେ ହାଲକା କାନଫୁଲ ପିନ୍ଧିବା ଉଚିତ୍। ଫଳରେ ଆପଣ ଖୁବ୍‌ ସୁନ୍ଦର ଦିଶିବେ।
  • କୌଣସି ବି ଗହଣା କିଣିବା ପୂର୍ବରୁ ଏଥିରେ ବ୍ୟବହୃତ ଧାତୁ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ। କାରଣ ଅନେକ ଥର କିଛି ଗହଣା ପିନ୍ଧିବା ପରେ କୁଣ୍ଡେଇ ହେବା, ଫଳିଯିବା ବା ଲାଲ୍‌ ପଡ଼ିଯିବା ଭଳି ସମସ୍ୟା ଶରୀରରେ ଦେଖାଦେଇଥାଏ।
  • ଗହଣାରେ ବ୍ୟବହୃତ ଧାତୁ ଯୋଗୁ ଶରୀରରେ ଏଭଳି ଆଲର୍ଜି ହୋଇଥାଏ। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ।
Fashion Tips
Advertisment
Advertisment