• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିଆସିଲି ଖୋଳରେ ରହିପାରୁଛି 5.5 ମିଟର ଶାଢ଼ୀ । ତେଲେଙ୍ଗାନାର ଜଣେ ବୁଣାକାର ନଲ୍ଲା ବିଜୟ ଏହି ନିଆରା ଶାଢ଼ୀକୁ ତିଆରି କରିଛନ୍ତି । ତିଆରି କରିବା ପରେ ସେ ଏହି ଶାଢ଼ୀକୁ ତେଲଙ୍ଗାନା ମନ୍ତ୍ରୀ କୋଟି ରାମାରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାସ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢୀ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

ଏନେଇ ବିଜୟ କହିଛନ୍ତି, ତାଙ୍କ ବାପା ନଲ୍ଲା ପରନ୍ଧା ମୁଲୁ ସର୍ବପ୍ରଥମେ ଦିଆସିଲି ଖୋଳରେ ରହିପାରୁଥିବା ଭଳି ଏକ ଶାଢୀ ବୁଣିଥିଲେ । ଯାହା ପରଠାରୁ ହିଁ ଏହିପରି ଶାଢ଼ୀ ବନାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଙ୍କ ସମୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରାଗାନ୍ଧୀଙ୍କୁ ମଧ୍ୟ ସେ ଏହି ଶାଢ଼ୀକୁ ଭେଟି ଦେଇଥିଲେ । ସାଧାରଣ ଶାଢ଼ୀ ଅପେକ୍ଷା ଏହି ଶାଢୀକୁ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ଲାଗିଥାଏ । ପାରମ୍ପରିକ ପୋଷାକ ବହୁତ ଭାରୀ ହୋଇଥିବାବେଳେ ଏହି ଶାଢୀ ଗେମ୍ ଚେଞ୍ଜର ହୋଇପାରିବ ବୋଲି ବିଜୟ କହିଛନ୍ତି।

ସୂଚନା ଅନୁସାରେ,୨୦୧୫ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଓ ପ୍ରଥମ ମହିଳା ମିଶେଲଙ୍କୁ ସେମାନଙ୍କ ଭାରତ ଗସ୍ତ ସମୟରେ ଏହି ଶାଢୀଟିକୁ ଭେଟି ଦେଇଥିଲେ ।

ଏ ଶାଢୀର ପ୍ରାରମ୍ଭିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି ଶାଢ଼ୀଟିକୁ ତିଆରି କରିବା ପାଇଁ ପ୍ରାୟ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । କେବଳ ଏତିକି ନୁହେଁ ଶାଢ଼ୀରେ କୌଣସି ରାସାୟନିକ ବ୍ୟବହାର କରାଯାଇନଥିବାରୁ ଏହା ଶତ ପ୍ରତିଶତ ପ୍ରାକୃତିକ ଥାଏ । ଏହି ଶାଢ଼ୀ ପାଇଁ ଜନ ଗାଓଁ ଜିଲ୍ଲାରୁ ସ୍ୱତନ୍ତ୍ର ରେଶମ ଆସିଥାଏ । ଏହାସହ ଏଥିରେ କୌଣସି କୃତ୍ରିମ ରଙ୍ଗର ବ୍ୟବହାର ମଧ୍ୟ କରାଯାଇନଥାଏ । ବରଂ ଏଥିରେ କେବଳ ପରିବା ରଙ୍ଗକୁ ହିଁ ବ୍ୟବହାର କରାଯାଏ ।

ଏହି ଶାଢ଼ୀ ବିଷୟରେ ତେଲେଙ୍ଗନାର ଅଫିସିଆଲ୍ ହ୍ୟାଣ୍ଡଲରେ ଟୁଇଟ୍ କରାଯାଇଛି। ଏହି ସ୍ୱତନ୍ତ୍ର ଶାଢୀ ପ୍ରସ୍ତୁତ ଲାଗି ଏକ ହ୍ୟାଣ୍ଡଲୁମ୍ ୟୁନିଟ୍ କାମ କରୁଛନ୍ତି । ହେଲେ ମଧ୍ୟ ଏତେ ପରିଶ୍ରମ ପରେ ଶାଢ଼ୀର ସଠିକ୍ ମୂଲ୍ୟ ମିଳୁନାହିଁ ବୋଲି କହିଛନ୍ତି ବିଜୟ ।