/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642221643.jpg)
Covid Test
ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା। ୩ ଲକ୍ଷ ମୁହାଁ ଏବେ ସଂକ୍ରମଣ। ଦେଶରେ ଦିନକରେ ୨ ଲକ୍ଷ ୬୮ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିଠାରୁ ଆଜି ୪ ହଜାର ୬୩୧ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୬.୬୬ ପ୍ରତିଶତ ରହିଛି। ସେହିପରି ଦେଶରେ ଦିନକରେ ୪୦୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୫ ହଜାର ୭୫୨କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍- ୧୪,୧୭,୮୨୦ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩,୪୯,୪୭,୩୯୦।
ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି। ସେହିପରି ମହାରାଷ୍ଟ୍ରରେ ବେକାବୁ କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେରଳରେ ମଧ୍ୟ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେରଳ ସରକାର ରାଜ୍ୟରେ ନବମ ଶ୍ରେଣୀ ଯାଏଁ ସମସ୍ତ ଅଫଲାଇନ କ୍ଲାସ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି। ତେବେ ରେକର୍ଡ ଦୈନିକ ସଂକ୍ରମଣ ପରେ ଗତକାଲି ରାଜଧାନୀ ଦିଲ୍ଲୀରେ ସାମାନ୍ୟ ହ୍ରାସ ପାଇଛି। କରୋନା ପଜିଟିଭ ସଂଖ୍ୟା ଦିନକରେ ରାଜଧାନୀ ଦିଲ୍ଲୀରେ ୨୪ ହଜାର ୩୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)