Advertisment

ଅଯୋଧ୍ୟା ନୁହେଁ, ଗୋରଖପୁରରୁ ଲଢ଼ିବେ ଯୋଗୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

ଲକ୍ଷ୍ନୌ: ପାଖେଇ ଆସୁଛି ହାଇଭୋଲଟେଜ୍ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଘୋଷଣା ପରେ ପରେ ଦଳ ଡିଆଁ ତେଜିଥିବା ବେଳେ ଏହାରି ଭିତରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟ ପାଇଁ ୫୭ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କେଉଁ ଆସନରୁ ଲଢ଼ିବେ ସେନେଇ ଦଳ ଘୋଷଣା କରିଛି। 

Advertisment

ଯୋଗୀ ଅଯୋଧ୍ୟାରୁ ପ୍ରାର୍ଥୀ ହେବା ନେଇ ପ୍ରବଳ ଚର୍ଚ୍ଚା ହେଉଥିଲା। ତେବେ ଏହାର ଅବସାନ ଘଟାଇ ପୁଣି ଥରେ ସେ ପାରମ୍ପରିକ ସିଟ୍ ଗୋରଖପୁରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସିରାଥୁରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଏତଦ୍‌ବ୍ୟତୀତ ନୋଏଡ଼ାରୁ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ, ଆଗ୍ରା(Rural)ରୁ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ନିର୍ବାଚନ ଲଢ଼ିବେ। ଏନେଇ ପ୍ରେସ୍‌ମିଟ୍‌ରେ ବିଜେପିର ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଆସନ୍ତା ୧୦ ତାରିଖରୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୩ରେ ଗୋରଖପୁର(ଅର୍ବାନ) ସିଟ୍‌ ପାଇଁ ନିର୍ବାଚନ ହେବ। ସୂଚନାଥାଉ କି, ଚଳିତ ସପ୍ତାହରେ ୟୁପିର ୩ ଜଣ ମନ୍ତ୍ରୀଙ୍କ ସମେତ ୧୦ ଜଣ ବିଧାୟକ ଯୋଗୀ ସରକାରରୁ ବାହାରି ଯାଇଛନ୍ତି । ଏହା ଫଳରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । 

Advertisment

୨୦୧୪ ମସିହା ଲୋକସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପରେ ବିଧାନ ପରିଷଦର ସଦସ୍ୟତା ଗ୍ରହଣ କରିଥିଲେ। 

BJP Yogi Adityanath UP Election
Advertisment
Advertisment