Advertisment

ଆଜି ‘ସେନା ଦିବସ, ସେନାଙ୍କ ପାଇଁ ଉତ୍ସର୍ଗ ଦିନଟିଏ

ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

author-image
Pallipuspa Samal
indian army day

indian army day

ଦେଶରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେନା ସର୍ବଦା ସଜାଗ ରହିଥାଏ । ଭାରତୀୟ ସେନାଙ୍କ ସାହସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ ।ଏହି ଅବସରରେ ବୀର ସହିଦ ମାନଙ୍କୁ ସେନାର ବୀର ଯବାନଙ୍କୁ ସମ୍ମାନ ଜଣାଇଛନ୍ତି ତିନି ସେନାର ମୁଖ୍ୟ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିବେକ ରାମ ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର.ହରିକୁମାର ।

Advertisment

ଦିଲ୍ଲୀସ୍ଥିତ ଜାତୀୟ ସମର ସ୍ମାରକୀ ଯାଇ ବୀର ଯବାନମାନଙ୍କୁ ସମ୍ମାନ ଜଣାଇଥିଲେ । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ ମଧ୍ୟ ‘ଆର୍ମି ଡେ’ କଟକଣା ମଧ୍ୟରେ ପାଳନ କରାଯିବ । ଆକାଶ ମିଜାଇଲ୍ ଓ ସେଞ୍ଚୁରିଆନ୍ ଟ୍ୟାଙ୍କ ଏଥର ଦେଖିବାକୁ ମିଳିବ । ସ୍ଥଳସେନା ଦିବସରେ ରଙ୍ଗାରଙ୍ଗ ପରେଡ୍ ସହ ଆକର୍ଷଣୀୟ ରଣକୌଶଳ ପ୍ରଦର୍ଶନ କରିବେ ସେନାର ବୀର ଯବାନ ।

Army DayArmy Day

କାହିଁକି ପାଳନ କରାଯାଏ ସେନା ଦିବସ:

ଭାରତୀୟ ସେନାର ସ୍ଥାପନା ୧୮୯୫ ମସିହା ଏପ୍ରିଲ୍ ୧ ତାରିଖରେ ହୋଇଥିବା ବେଳେ ଭାରତରେ 'ସେନା ଦିବସ' ଜାନୁଆରୀ ୧୫ ତାରିଖରେ ପାଳନ କରାଯାଇଥାଏ ।ଏହି ଦିନଟିକୁ ଆମର ବୀର ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

Advertisment

କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ । ପାକିସ୍ତାନର ଯୁଦ୍ଧ ସମୟରେ ତାଙ୍କୁ ପଶ୍ଚିମ କମାନର ଜି-ଓ-ସି-ଇନ୍-ସି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା ।

ଭାରତୀୟ ସେନାର ଉତ୍ପତ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀର ସେନାଙ୍କ ଠାରୁ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ 'ବ୍ରିଟିଶ ଇଣ୍ଡିଆନ୍ ଆର୍ମୀ' ରୂପେ ପରିଚିତ ହୋଇଥିଲା । ସ୍ୱତନ୍ତ୍ରତା ହାସଲ ପରେ ଏହା ରାଷ୍ଟ୍ରୀୟ ସେନା ଭାବେ ଜଣା ଯାଇଥିଲା । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେ ତତ୍କାଳୀନ ଜେନେରାଲ୍ ଫ୍ରାନସିସ୍ ବୁଚରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯିଏକି ବ୍ରିଟିଶ ସାମ୍ରାଜ୍ୟର ମୁଖ୍ୟ କମାଣ୍ଡର ଥିଲେ ।

Indian Army Day
Advertisment
Advertisment