ୟାରୋଁ ପାଲ୍ ପଲ୍ ପରି ସୁପରହିଟ୍ ଗୀତରୁ କ୍ୟାରିଅର୍ ଆରମ୍ଭ କରିଥିବା କେ.କେ ମଙ୍ଗଳବାର ଦିନ ଏକ କନସର୍ଟ ପାଇଁ କୋଲକାତାର ବିବେକାନନ୍ଦ କଲେଜରେ ପହଞ୍ଚିଥିଲେ
ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।
ଶସ୍ତା ହେଲା LPG ଗ୍ୟାସ୍ ସିଲିଣ୍ଡର ଦାମ୍। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଛନ୍ତି। ୧୯ କିଲୋ ଏଲ୍ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି।
SBI ଗୃହ ଋଣ ନେଇଛନ୍ତି କି? ଆଜିଠୁ ମହଙ୍ଗା ପଡିବ ସୁଧ । କାରଣ, ଜୁନ୍ ପହିଲାରୁ ଗୃହ ଋଣ ଉପରେ ସୁଧ ହାର ବୃଦ୍ଧି କରୁଛି । ଏସବିଆଇ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବା ପରେ ଷ୍ଟେଟ୍ ବ୍ୟାଙ୍କ ମଧ୍ୟ ଏକ୍ସଟର୍ଣ୍ଣାଲ ବେଞ୍ଚ ମାର୍କ ଲେଣ୍ଡିଂ ରେଟ୍ ୪୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେଇଛି ।
ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏବେ ସରିଲା ତୃତୀୟ ବର୍ଷ । ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୮ ବର୍ଷ ଧରି ଶାସନ କରି ଆସୁଛନ୍ତି । ୮ ବର୍ଷ ପୂର୍ତ୍ତି ଅବସରରେ ଆଜି ହିମାଚଳପ୍ରଦେଶର ଶିମଳାରେ ଗରିବ କଲ୍ୟାଣ ସମ୍ମିଳନୀରେ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ହୋଟେଲକୁ ଯାଆ-ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ଏହିଭଳି ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ ମିକାଙ୍କୁ ରଖାଯାଇଛି ।
ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଠିକ୍ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି । UPSC ଅଧୀନରେ ଖାଲିପଡିଛି ଡ୍ରଗ୍ ଇନ୍ସପେକ୍ଟର ଏବଂ ମିନେରଲ ଅଫିସର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।
ବସିର ଜଣେ ସୁନାମଧନ୍ୟ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର । ଶ୍ରୋତାଙ୍କ ମନରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେରଳର ଆଲାପୁଜାଠାରେ ଶନିବାର ରାତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।
ଦିନ ଦ୍ୱିପ୍ରହରରେ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।
ଆଇପିଏଲ୍ ବିଜୟ ପରେ ଗୁଜରାଟ ଗାନ୍ଧିନଗରରେ ଧୁମଧାମ୍ରେ ବିଜୟ ଉତ୍ସବ ପାଳନ ।
୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।
ଜଣେ ମା’ କ’ଣ ସତରେ ଏତେ ହୃଦୟହୀନ ହୋଇପାରେ । ଝଗଡ଼ା ପରେ ପିଲାଙ୍କୁ ମାରିଦେବା ପାଇଁ ସତରେ କେଉଁ ମା’ର ହାତ ଯିବ . .
ସିମ୍ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।
କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।
ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି।
ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ
କଂଗ୍ରେସ ରାଜ୍ୟସଭା କନ୍ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ତେଜିଲା ବିବାଦ ।
ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।
ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।