Advertisment

ସାଧାରଣଜନତାଙ୍କ ପାଇଁ ଖୁସି ଖବର ! ପେଟ୍ରୋଲ ଓ ଡିଜେଲ ପରେ ଶସ୍ତା ହେଲା LPG ଗ୍ୟାସ୍‌

ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଛନ୍ତି। ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ଶସ୍ତା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Commercial LPG cylinder gets cheaper

Commercial LPG cylinder gets cheaper

ସାଧାରଣଜନତାଙ୍କୁ ମିଳିଲା ପୁଣି ଆଶ୍ୱସ୍ତି। ପେଟ୍ରୋଲ ଓ ଡିଜେଲ ପରେ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଶସ୍ତା ହୋଇଛି। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୩୫ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି। 

Advertisment

ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୨,୨୧୯ ଟଙ୍କା ଥିବାବେଳେ କୋଲକାତାରେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୧୭୧ ଟଙ୍କା ଓ ଚେନ୍ନାଇରେ ୨,୩୭୩ ଟଙ୍କାରେ ପହଞ୍ଚିଛି। ତେବେ ୧୪.୨ କିଲୋ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 

କିଛିଦିନ ପୂର୍ବେ ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ସେହିପରି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଥିଲା।

Advertisment

ସୂଚନାଥାଉ କି, ଏହା ପୂର୍ବରୁ ମେ’ ୭ରେ ୧୪.୨ କିଲୋ ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା। କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ ମଧ୍ୟ ବୃଦ୍ଧି ପାଇଥିଲା। 

LPG Cylinder LPG Price LPG Cylinder Price LPG Cylinder Price Cheaper
Advertisment
Advertisment