• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଢ଼ିବାରେ ଲାଗିଛି ଆତଙ୍କୀଙ୍କ ବର୍ବରକାଣ୍ଡ । ଏବେ କାଶ୍ମୀରରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବାର ସୂଚନା ମିଳିଛି । ମୃତକ ଜଣକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ରଜନୀ ବାଲା ବୋଲି ଜଣାପଡିଛି ।

ଆତଙ୍କବାଦୀମାନେ ଆଜି ଜମ୍ମୁକଶ୍ମୀର କୁଲଗାମ୍ ଜିଲ୍ଲାର ଗୋପାଳପୁରାର ସରକାରୀ ସ୍କୁଲ ଭିତରେ ପଶି ତିନି ରାଉଣ୍ଡ ଗୁଳି ଚଲାଇଥିଲେ । ଗୁଳିମାଡରେ ଶିକ୍ଷୟତ୍ରୀ ଜଣକ ଗୁରୁତତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ମୃତ ଶିକ୍ଷୟିତ୍ରୀଙ୍କ ଘର ଏବଂ ସ୍କୁଲରେ ସୁରକ୍ଷାବାହିନୀଙ୍କୁ ମୁତୟନ କରାଯାଇଛି ।

ଘଟଣାକୁ ନେଇ ମୃତ ଶିକ୍ଷୟିତ୍ରୀଙ୍କ ପଡ଼ୋଶୀ କହିଛନ୍ତି ଯେ, ‘ଶିକ୍ଷୟିତ୍ରୀ ଜଣକ ବହୁତ ନିରୀହ ଥିଲେ । ସେ ତାଙ୍କ ସ୍ୱାମୀ ଓ ତାଙ୍କ ୧୦ ବର୍ଷର ଝିଅ ସହ ଏଠାରେ ୫ରୁ ୬ ବର୍ଷ ଧରି ରହିଆସୁଥିଲେ । ହେଲେ କେମିତି ଓ କାହିଁକି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କଲେ ତାହା ଆମେ ଜାଣିନାହୁଁ ।’

ସୂଚନା ଅନୁସାରେ,ଗତ କିଛି ଦିନ ହେବ ଆତଙ୍କବାଦୀମାନେ କାଶ୍ମୀରର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି । ଚଳିତ ମାସରେ ମଧ୍ୟ ଆତଙ୍କବାଦୀମାନେ ବଡ଼ଗ୍ରାମରେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟ ଓ ଟିଭି ଉପସ୍ଥାପିକା ଆମରିନ୍ ଭଟ୍ଟଙ୍କୁ ବି ହତ୍ୟା କରିଛନ୍ତି । ହେଲେ ଆଜି ସବୁ ସୀମା ଟପିଛନ୍ତି ଆତଙ୍କୀ । ଯାହାକୁ ନେଇ କାଶ୍ମୀରରେ ଥିବା  ହିନ୍ଦୁମାନେ ପ୍ରତିବାଦ କରିଛନ୍ତି ।