• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲାୟଲମ ସଙ୍ଗିତ ଜଗତର ବିଶିଷ୍ଟ ଗାୟକ ଏଡ୍‌ୱା ବସିର (୭୮)ଙ୍କ ପରଲୋକ । ଏକ ଷ୍ଟେଜ୍‌ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରୁଥିବା ବେଳେ ସେ ପଡ଼ିଯାଇଥିଲେ । ଆଉ ପରେ ତାଙ୍କର ପରଲୋକ ଘଟିଛି । ଏହି ଖବର ପୁରା ମାଲାୟଲମ ସଙ୍ଗିତ ଜଗତକୁ ସ୍ତବ୍ଧ କରି ଦେଇଛି । ମାଲାୟଲମ ସଙ୍ଗିତ ଜଗତ ପାଇଁ ବସିରଙ୍କ ପରଲୋକ ଏକ ପୁରଣୀୟ କ୍ଷତି ।

ବସିର ଜଣେ ସୁନାମଧନ୍ୟ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର । ଶ୍ରୋତାଙ୍କ ମନରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେରଳର ଆଲାପୁଜାଠାରେ ଶନିବାର ରାତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ବ୍ଲୁ-ଡାଇମଣ୍ଡ ଅର୍କିଷ୍ଟ୍ରାର ୫୦ ତମ ଜୟନ୍ତୀ ଉପଲକ୍ଷେ ଏହି ବରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସମତେ ବିରୋଧୀ ଦଳର ନେତା ଭିଡି ସତୀଶନ ଏବଂ ଅନେକ ସଙ୍ଗୀତ ପ୍ରେମି ବସିରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜନୈତିକ ଦଳ ଗୁଡ଼ିକର ବଡ଼ ବଡ଼ ନେତା ଏବଂ ଫିଲ୍ମ ନିର୍ମାତା ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସମବେଦନା ବାର୍ତ୍ତାରେ କହିଛନ୍ତି ଯେ 'ଗନାମେଲା'କୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବସିର । ତାଙ୍କ ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି । ପ୍ଲେବ୍ୟାକ୍ ଗାୟକ କେ.ଏସ୍ ଚିତ୍ରା ମଧ୍ୟ ଟ୍ୱିଟର ମାଧ୍ୟମରେ ଶୋକ ବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।