• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଯଦି ଆମର ଦୃଢ଼ ଇଚ୍ଛା ଶକ୍ତି ରହିଛି ତେବେ କୌଣସି ବି ପରିସ୍ଥିତି ଆମ ଲକ୍ଷ ସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି କରିପାରିବନି । ଠିକ୍‌ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।

ସରକାରୀ ସ୍କୁଲର ଇତିହାସ ଶିକ୍ଷୟତ୍ରୀ

ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ବାର୍ତ୍ତାଳାପରେ ୨୯ ବର୍ଷୀୟ ଆୟୁଷୀ କହିଛନ୍ତି, ସେ ମୁବାରକପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଇତିହାସ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ଏହା ତାଙ୍କର ଷଷ୍ଠତମ ପ୍ରୟାସ ବୋଲି ସେ କହିଛନ୍ତି । ପୂର୍ବରୁ ୫ ଥର ଏହି ପରୀକ୍ଷା ଦେଇଥିବା ବେଳେ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । କିନ୍ତୁ ତାଙ୍କର ମନୋବଳ କମିନଥିଲା । ଷଷ୍ଠ ଥର ପାଇଁ ମଧ୍ୟ ସେ ପୁଣି ପ୍ରଚେଷ୍ଟା କରିଥିଲେ । ଆଉ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଏଥିରୁ ସ୍ପଷ୍ଟ ହେଲା ହେଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଆପଣ କୌଣସି ପରିସ୍ଥିତିକୁ ବି ଚ୍ୟାଲେଞ୍ଜ ଦେଇପାରିବେ । ତେବେ ସବୁଠାରୁ ବଡ଼ କଥା ହେଉଛି ଆୟୁସୀଙ୍କ ଏହି ପରୀକ୍ଷା ପାଇଁ ତାଙ୍କ ମାଆ ସମୟ ପୂର୍ବରୁ ନର୍ସିଂ ଚାକିରି ପଦରୁ ଅବସର ନେଇଥିଲେ ।

ପରିବାର ସଦସ୍ୟ ସାହାଯ୍ୟ କରିଥିଲେ

ପରିବାର ଲୋକ ତାଙ୍କୁ ଏହି ପରୀକ୍ଷା ପାଇଁ ଖୁବ୍‌ ସହଯୋଗ କରୁଥିଲେ । ପ୍ରତ୍ୟେକ ବିଷୟକୁ ସେମାନେ ପଢ଼ି ପଢ଼ି ଶୁଣାଉଥିଲେ । ଆଉ ତାକୁ ଶୁଣି ଶୁଣି ମନେ ରଖୁଥିଲେ । ଖାଲି ସେତିକି ନୁହେଁ ପୁରୀକ୍ଷା ପ୍ରସ୍ତୁତି ବେଳେ ଫୋନ୍‌ରେ ପଢ଼ିବା ପାଇଁ ସ୍ୱତନ୍ତ୍ର ସଫ୍ଟଓୟାରର ମଧ୍ୟ ବ୍ୟବହାର କରୁଥିଲେ ଆୟୁସୀ । ମକ୍ ଟେଷ୍ଟ ପାଇଁ କୋଚିଂ ନେଉଥିଲେ କିନ୍ତୁ ଅନ୍ୟ ସବୁ ପରୀକ୍ଷା ପାଇଁ ସେ ନିଜେ ପ୍ରସ୍ତୁତି କରୁଥିଲେ । ଆୟୁସୀ ଆହୁରି କହିଛନ୍ତି, ‘ମୁଁ କେବେ ଭାବି ନଥିଲି, ମୋ ରାଙ୍କ ଟପ୍‌ ୫୦ରେ ଆସିବ ।

DSSB ପରୀକ୍ଷାରେ ମଧ୍ୟ ଟପ୍

ଆୟୁଷୀ ଏହା ମଧ୍ୟ କହିଛନ୍ତି ଯେ, ୨୦୧୯ରେ ଇତିହାସରେ DSSB ପରୀକ୍ଷାରେ ମଧ୍ୟ ସେ ଟପ୍‌ କରିଥିଲେ । ସରକାରୀ ସ୍କୁଲରେ ସ୍ଥାୟୀ ନିଯୁକ୍ତ ହେବା ପୂର୍ବରୁ ସେ ଏକ ମ୍ୟୁନିସିପାଲିଟି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ । ଖାଲି ସେତିକି ନୁହେଁ ପଞ୍ଜାବୀ ବାଗସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ କଲେଜରେ ସ୍ନାତକୋତ୍ତରର ପଢ଼ୁଥିବା ବେଳେ ସେ ତିନିବର୍ଷ ଯାକ ଟପ୍‌ କରିଥିଲେ ।