Advertisment

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ସିମ୍‌ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Modi releases 11th instalment of financial benefits under PM-KISAN scheme

PM Modi releases 11th instalment of financial benefits under PM-KISAN scheme

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି(Pradhan Mantri Kisan Samman Nidhi)ର ଏକାଦଶ କିସ୍ତି। ସିମ୍‌ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। 

Advertisment

ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପଠାଯାଇଛି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମ୍‌ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। 

ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦି ଉଦ୍‌ବୋଧନ ଦେଇ କହିଛନ୍ତି, ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବି ନାହାନ୍ତି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ ସୁଖ, ଶାନ୍ତି କିଭଳି ମିଳିବ ସେନେଇ ନିରନ୍ତର କାମ କରି ଚାଲିଛି। ପ୍ରତି ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ। ସର୍ଜିକାଲ ଷ୍ଟ୍ରାଇକ ଭାରତର ଗର୍ବ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆରମ୍ଭ କରାଯାଇଛି। ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଆଜିର ଏହି କିସ୍ତିକୁ ମିଶାଇ ଏଯାଏ ୧୧ଟି କିସ୍ତିରେ କୃଷକଙ୍କୁ ଟଙ୍କା ପଠା ଯାଇ ସାରିଲାଣି।

PM Modi PM KISAN Scheme
Advertisment
Advertisment