• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ପୋଲିସ୍‌ ହାତରେ ଲାଗି ନାହିଁ ହେଲେ ଏଥିରେ ଏହି ବଡ଼ ଖୁଲାସା ହୋଇଛି। ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା। ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ୍‌ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜି ଥିଲା। ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ୍‌ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା। 

ଏବେବି ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏସବୁ ଭିତରେ ତାଙ୍କର ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୫ ଦିନ ପୂର୍ବରୁ ସେ ଏହି ପୋଷ୍ଟ ଶେଆର କରିଥିଲେ। ଏହି ପୋଷ୍ଟରେ ସିଦ୍ଧୁ ତାଙ୍କର ଏକ ଗୀତ ଭିଡିଓ ଶେଆର କରିଥିଲେ।

ଭିଡିଓ ଶେଆର କରି ପଞ୍ଜାବୀ ଭାଷାରେ କ୍ୟାପ୍‌ସନ୍‌ ଦେଇ ସେ ଲେଖିଥିଲେ, ‘ଏହାକୁ ଭୁଲି ଯାଅ, ହେଲେ ମୋତେ ଭୁଲ୍‌ ବୁଝିବ ନାହିଁ’। ସିଦ୍ଧୁଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ପୋଷ୍ଟରେ କମେଣ୍ଟ ଦେଇ ଫ୍ୟାନ୍ସ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ହେଲେ ଫ୍ୟାନ୍ସଙ୍କୁ ତାଙ୍କର ଏଭଳି କ୍ୟାପ୍‌ସନ୍‌ ଆଶ୍ଚର୍ଯ୍ୟ କରିଛି। କେଉଁ ପରିସ୍ଥିତିରେ ସେ ଏଭଳି ଲେଖିଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ମୃତ୍ୟୁ ନେଇ ତାଙ୍କୁ କିଛି ଆଭାସ ମିଳିଥିଲା କି ? ତାକୁ ନେଇ ଏବେ ଚର୍ଚ୍ଚା। 

 

ଯଦି ଆମେ ସିଦ୍ଧୁଙ୍କ ଶେଷ ଟ୍ୱିଟ୍‌ କଥା କହିବା ତା’ହେଲେ ଶେଷ ଥର ପାଇଁ ଟ୍ୱିଟ୍‌ରରେ ସେ ବନ୍ଧୁକ ଧରି ଏକ ଫଟୋ ଶେଆର କରିଥିଲେ। କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ, "U DONEEEEEEE ?????"। ତାଙ୍କର ଏହି ଟ୍ୱିଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। Gun Violenceକୁ ସେ ପ୍ରମୋଟ କରୁଥିବା ଅଭିଯୋଗ ହୋଇଥିଲା। କାରଣ ଗୀତଠୁ ଆରମ୍ଭ କରି ସୋସିଆଲ୍‌ ମିଡିଆ ପୋଷ୍ଟ ପର୍ଯ୍ୟନ୍ତ ଅଧିକାଂଶରେ ତାଙ୍କୁ ଗନ୍‌ ସହ ଦେଖିବାକୁ ମିଳିଥିଲା। ଏନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା। 

OTV is now on Whatsapp

Join and get latest news update delivered to you via whatsapp

Join Now