Advertisment

ଅପରାଧର କଳା ବାଦଲରେ ପଞ୍ଜାବ: ୪ ଜଣଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟ

ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍‌ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।

author-image
Rajalaxmi Sahoo
Sidhu Moose Wala death

Sidhu Moose Wala death

ଗୁଳି, ବନ୍ଧୁକ, ନିଶା, ଅପରାଧର କଳା ବାଦଲରେ ପଞ୍ଜାବ। ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍‌ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି। ଲରେନ୍ସ ବିଷ୍ଣୋୟୀ, ଗୋଲଡି ବ୍ରାର୍‌, କାଲା ଜଠେଡି ଏବଂ ଭିକି ମିଦୁଖେଡ଼ା ଏହି ୪ ଜଣ ବ୍ୟକ୍ତିଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟ। 

Advertisment

ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲ୍‌ଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଛି। ଆଉ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋୟୀର ହାତ ଥିବା ଜଣାପଡ଼ିଛି। କିଏ ଏହି ଲରେନ୍ସ ? ଜେଲ୍‌ରେ ରହି ବି କିପରି ଚଲାଇଛି ଅପରାଧିକ ସାମ୍ରାଜ୍ୟ ? ସେ ଏକୁଟିଆ ନା ଆଉ କିଏ ତା ସହ ରହିଛି ଅପରାଧରେ ? କୁହାଯାଉଛି, ଖାଲି ପଞ୍ଜାବ ନୁହେଁ ଆଖପାଖର ୪ ରାଜ୍ୟ ଓ କାନାଡା ଯାଏ ରହିଛି ଲରେନ୍ସର ଲିଙ୍କ୍‌ର ସାମ୍ରାଜ୍ୟ।

ଲରେନ୍ସ ଏବେ ତିହାର ଜେଲ୍‌ରେ। ଦେଶର ସବୁଠୁ ହାଇ ସିକ୍ୟୁରିଟି ଜେଲ୍‌ରେ ରହି ବି ସେ କ୍ରାଇମ୍ ନେଟଓ୍ୱର୍କ ଚଲାଇଛି। ୩୦ ବର୍ଷୀୟ ଲ’ ଗ୍ରାଜୁଏଟ ଖାଲି ପଞ୍ଜାବରେ ନୁହେଁ ୪ ରାଜ୍ୟର ଡନ୍। ପଞ୍ଜାବ, ରାଜସ୍ଥାନ, ହରିୟଣା, ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ୟୁପିରେ ବି କ୍ରାଇମ୍ ସିଣ୍ଡିକେଟ୍ ରହିଛି। ହତ୍ୟା, ହତ୍ୟା ଷଡଯନ୍ତ୍ର, ଅପହରଣ, ଗୁଳିମାଡ଼ ଭଳି ଅନେକ ସଙ୍ଗୀନ ଅପରାଧରେ ସେ ସାମିଲ ଥିବା କୁହାଯାଉଛି।

Advertisment

ଲରେନ୍ସ ପାଇଁ ୭୦୦ ଜଣ ସାର୍ପ ଶୁଟର୍‌ କାମ କରୁଥିଲେ। ଆଦେଶ ମିଳିବା କ୍ଷଣି ରାସ୍ତାରୁ ହଟାଇ ଦେଉଥିଲେ ଏମାନେ। ଲରେନ୍ସ ହେଉଛି ସେହି ବ୍ୟକ୍ତି ଯିଏ ବଲିଉଡ୍ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ପାଇଁ ସାର୍ପ ଶୁଟର୍‌ ଯୋଗାଇ ଥିଲା। ଲରେନ୍ସର ଅପରାଧିକ କାମରେ ସହାୟତା କରୁଥିଲା କାଲା ଜଠେଡି। ଦିଲ୍ଲୀ ପୋଲିସକୁ ନାକେଦମ୍ କରିଥିଲା ମୋଷ୍ଟ ଓ୍ୱାଣ୍ଟେଡ। ଦିଲ୍ଲୀ ପୋଲିସ ୟା ପାଇଁ ୭ ଲକ୍ଷ ଟଙ୍କା ପୁରସ୍କାର ବି ଘୋଷଣା କରିଥିଲା। ଗତ ବର୍ଷ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ରେସଲରଙ୍କୁ ହତ୍ୟା ମାମଲାରେ ବି ୟେ ସଂପୃକ୍ତ ଥିଲା।

ବିଷ୍ଣୋୟୀର ନିକଟତର, ଅକାଳି ଦଳ ନେତା, ତଥା ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଜଣେ ବଡ଼ ଚେହେରା ଭିକି ମିଦୁଖେଡ଼ା ଗତବର୍ଷ ଅଗଷ୍ଟରେ ଭିକିଙ୍କୁ ହତ୍ୟା କର ଯାଇଥିଲା। ଗୋଲ୍‌ଡି ବ୍ରାର୍‌, କାନାଡାର ବଡ଼ ଗ୍ୟାଙ୍ଗଷ୍ଟାର। ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିବା ଅପରାଧିକ ଗତିବିଧି ଏବେ ସାରା ଦେଶକୁ ଦୋହଲାଇ ଦେଇଛି। କୁହାଯାଉଛି ଗୋଲ୍‌ଡି ବ୍ରାର୍‌ ଭାଇ ଗୁରୁଲାଲ ବ୍ରାର୍‌ଙ୍କ ହତ୍ୟା ପଛରେ ମୁସେଓ୍ୱାଲାଙ୍କ ସମ୍ପୃକ୍ତି ଥିଲା। ତେବେ କ’ଣ ଭିକି ଆଉ ଗୁରୁଲାଲ ବ୍ରାର୍‌ଙ୍କ ହତ୍ୟା ପଛରେ ଲୁଚି ରହିଛି କି ମୁସେଓ୍ୱାଲା ହତ୍ୟାର କାରଣ ? ନା ଏହା ପଛରେ ଆଉ କିଛି ତାହା ଏବେ ବଡ଼ ସସ୍‌ପେନ୍ସ।

Punjab Singer Sidhu Moosewala Punjab Singer Murder Sidhu Moosewala Murder
Advertisment
Advertisment