Advertisment

କନସର୍ଟରେ ବାରମ୍ବାର ଝାଳ ପୋଛୁଥିଲେ କେ.କେ ! କେମିତି ଷ୍ଟେଜରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଦେଖନ୍ତୁ ଭିଡିଓ . .

ୟାରୋଁ ପାଲ୍ ପଲ୍‌ ପରି ସୁପରହିଟ୍ ଗୀତରୁ କ୍ୟାରିଅର୍ ଆରମ୍ଭ କରିଥିବା କେ.କେ ମଙ୍ଗଳବାର ଦିନ ଏକ କନସର୍ଟ ପାଇଁ କୋଲକାତାର ବିବେକାନନ୍ଦ କଲେଜରେ ପହଞ୍ଚିଥିଲେ

author-image
Prangyan Parimita
ଅଦ୍ୟତନ ହୋଇଛି
kk

kk

ଗୋଟିଏ ଯୁଗର ଅନ୍ତ । ମେଞ୍ଚା ମେଞ୍ଚା ଶବ୍ଦରେ ସ୍ୱର ଭରୁଥିବା ନାୟକ ଆଉ ନାହାନ୍ତି । ସମସ୍ତଙ୍କ ହୃଦସ୍ପନ୍ଦନ ବଢ଼ାଉଥିବା କେ.କେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଖୁବ ସରଳ ଓ ସହଜ ଜୀବନ ଭିତରକୁ କେତେବେଳେ ଯେ ମାଡ଼ି ଆସିବ ମୃତ୍ୟୁର ଝଡ଼ କହିହେବ ନାହିଁ । ଗତକାଲି ପର୍ଯ୍ୟନ୍ତ ସମସ୍ତେ ବଲିଉଡର ଭଏସ ଅଫ୍ ଲଭ୍ କେ.କେଙ୍କ ସଙ୍ଗୀତଙ୍କୁ ଦୂରଯାତ୍ରାର ସାଥୀ କରୁଥିଲେ, କିନ୍ତୁ ଆଜି ସେହି କେ.କେ ସବୁଦିନ ପାଇଁ ନୀରବି ଯାଇଛନ୍ତି । ମେ ୩୧ ରାତି ଗାୟକଙ୍କ ଜୀବନର ଶେଷ ରାତି ପାଲଟି ଯାଇଛି । କେକେଙ୍କ ମୃତ୍ୟୁରେ ବଲିଉଡ୍‌ ଠାରୁ ପ୍ରଶଂସକ ସମସ୍ତେ ମର୍ମାହତ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ଅନେକ ଭିଡିଓ ଏବଂ ଫଟୋ ସେୟାର କରାଯାଉଛି।

Advertisment

ୟାରୋଁ ପାଲ୍ ପଲ୍‌ ପରି ସୁପରହିଟ୍ ଗୀତରୁ କ୍ୟାରିଅର୍ ଆରମ୍ଭ କରିଥିବା କେ.କେ ମଙ୍ଗଳବାର ଦିନ ଏକ କନସର୍ଟ ପାଇଁ କୋଲକାତାର ବିବେକାନନ୍ଦ କଲେଜରେ ପହଞ୍ଚିଥିଲେ । ଇଭେଣ୍ଟ ସମୟରେ କେ.କେ ନିଜର ଦମଦାର ପରଫରମାନ୍ସରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଗୀତ ଗାଇବା ସମୟରେ ସମ୍ପୂର୍ଣ୍ଣ ଯୋଶରେ ଥିଲେ କେକେ,ହେଲେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲା ।

ବର୍ତ୍ତମାନ ସୋସିଆଲ ମିଡିଆରେ କେ.କେଙ୍କର ଶେଷ ଇଭେଣ୍ଟ୍‌ର ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ କନସର୍ଟ ଚାଲିଥିବା ସମୟରେ କେ.କେ ଟାୱେଲରେ ମୁହଁ ପୋଛୁଥିବା ଦେଖିବାକୁ ମିଳୁଛି । ଭିଡିଓରେ କେ.କେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ହଠାତ୍ ଦେହ ଖରାପ ହେବାରୁ ନିଜକୁ ସହଜ ଅନୁଭବ କରାଇବାକୁ ଷ୍ଟେଜର ଚାରିଆଡ଼େ ବୁଲିଥିଲେ ।

Advertisment

ଷ୍ଟେଜରେ ପାଣି ପିଇବା ଏବଂ ବୁଲିବା ପରେ ମଧ୍ୟ କେ.କେ ସୁସ୍ଥ ଅନୁଭବ କରିନଥିଲେ । ପରେ ତାଙ୍କୁ ହୋଟେଲକୁ ନିଆଯାଇଥିଲା । ଭିଡିଓରେ କେ.କେ କନସର୍ଟରୁ ବାହାରକୁ ଆସୁଛନ୍ତି । ତେବେ ସେତେବଳେ କେ.କେଙ୍କ ମୁହଁରୁ ପ୍ରବଳ ଝାଳ ନିର୍ଗତ ହେବାସହ ସେ ବାରମ୍ବାର ମୁହଁ ପୋଛୁଥିବା ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ ସେ ଇଭେଣ୍ଟ୍‌ ପରେ ତଳେ ପଡ଼ିଯାଇଥିଲେ, ଯେଉଁଥିପାଇଁ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା ​​। କେ.କେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ କୋଲକାତାର CMRI ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ କେ.କେ ।

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ରେହ ନା ହେ ତେରେ ଦିଲ ମେ ର ସଚ କେହରାହା ହେ ଦିୱାନା ଦୀଲ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଅନେକ ହିଟ୍ ଗୀତ ଦେଇଥିଲେ ।

Singer KK Last Video
Advertisment
Advertisment