Advertisment

UPSCରେ ଖାଲି ପଡିଛି ଡ୍ରଗ୍ ଇନ୍ସପେକ୍ଟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି । UPSC ଅଧୀନରେ ଖାଲିପଡିଛି ଡ୍ରଗ୍‌ ଇନ୍ସପେକ୍ଟର ଏବଂ ମିନେରଲ ଅଫିସର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
undefined

UPSC requirements

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । UPSC ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ୟୁପିଏସସି ଅଧିନରେ ଭାଇସ ପ୍ରିନ୍ସିପାଲ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଯୋଗ୍ୟ ପ୍ରାର୍ଥୀ ୟୁପିଏସସିର ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ

Advertisment

ଆବେଦନ କରିବାର ଶେଷ ତାରିଖ

  • UPSCର ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୬ ଜୁନ୍‌ ୨୦୨୨ ରହିଛି।
  • UPSCର ଏହି ପଦବୀରେ ଭର୍ତ୍ତି ୧୬୧ଟି ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି।
  • ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ପଦବୀ ବିବରଣୀ :୧୬୧

UPSCରେ ଭାଇସ ପ୍ରିନ୍ସିପାଲ ପଦବୀ ପାଇଁ ୧୩୧ଟି, ମିନେରଲ ଅଫିସର ପାଇଁ ୨୦ଟି, ଡ୍ରଗ ଇନ୍ସପେକ୍ଟର ପାଇଁ ୩ଟି, ଆସିଷ୍ଟାଣ୍ଟ କିପର ପାଇଁ ୧ଟି,ମାଷ୍ଟର ଇନ୍‌ କେମେଷ୍ଟ୍ରି ପାଇଁ ୧ଟି,ଆସିଷ୍ଟାଣ୍ଟ ସପିଂ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର ପାଇଁ ୨ଟି, ସିନିଅର ଲେକ୍ଚର ପାଇଁ ୩ଟି ପଦବୀ ରହିଛି ।

Advertisment

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୬, ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା: ଖାଲିପଡିଥିବା ବିଭିନ୍ନ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଷ୍ଟ୍ରିମରେ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ କିମ୍ବା ପିଏଚଡି ଡିଗ୍ରୀ ହେବା ଜରୁରୀ। ଏହାସହିତ କିଛି ପଦବୀରେ ସମ୍ବନ୍ଧୀତ ଫିଲ୍ଡରେ ଅଭିଜ୍ଞତା ଥିବା ଜରୁରୀ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଥିବା ବେଳେ ଅଧିକତମ ବୟସ ହେବା ଦରକାର ।

ଆବେଦନ ଶୁଳ୍କ : ସାଧାରଣ, ଓବିସି ଏବଂ EWS ପ୍ରାର୍ଥୀ ଆବେଦନ ଶୁଳ୍କ ୨୫ ଟଙ୍କା ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ। ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ଜମା କରାଯିବ।

UPSC Requirements
Advertisment
Advertisment