• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାରିବାରିକ କଳହର କରୁଣ ପରିଣତି । ପିଶାଚୀ ପାଲଟିଗଲା ମା’ । ପିଲାଙ୍କ ପାଇଁ ଥିବା ମମତା ଭୁଲିଗଲା । ସ୍ୱାମୀ ସହ ଝଗଡ଼ା ହେବାରୁ ରାଗ ଜରଜର ହୋଇ ୬ ପିଲାଙ୍କୁ ପିଲାଙ୍କୁ କୂଅରେ ଫିଙ୍ଗି ହତ୍ୟା କଲା । ମହାରାଷ୍ଟ୍ରର ରାୟଗଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଓ ଶାଶୂଘର ସହ ଝଗଡ଼ା ପାଇଁ ହିଁ ମହିଳା ଜଣକ ଏହି ଭୟାନକ କାମ କରିଥିବା କୁହାଯାଉଛି ।

ମୁମ୍ବାଇ ରାୟଗଡ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ମହଦ ତାଲୁକର ଖରାବାଲି ଗାଁରେ ଗୋଟିଏ ପରିବାରର ୬ ପିଲା କୂଅରେ ବୁଡ଼ି ପ୍ରାଣ ହରାଇଛନ୍ତି । ସେମାନଙ୍କୁ ଆଉ କେହି ନୁହେଁ ନିଜ ମା’ ହିଁ ମାରି ପକାଇଛି । ସ୍ୱାମୀ ସହ କଳି କଲା ପରେ ମହିଳା ଜଣକ ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏହାପରେ ଶାଶୂଘର ଲୋକଙ୍କ ସହ ମଧ୍ୟ ତାଙ୍କର ଝଗଡ଼ା ହୋଇଥିଲା । ଶେଷରେ ସେ ନିଜର ୬ ପିଲାଙ୍କୁ ଜଣ ଜଣ କରି କୂଅରେ ଫିଙ୍ଗି ମାରି ପକାଇଥିଲେ । ମୃତ ପିଲାମାନଙ୍କର ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ଥିବା କୁହାଯାଉଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ପିଲାମାନଙ୍କ ମଧ୍ୟରେ ପାଞ୍ଚ ଜଣ ଝିଅ ଓ ଜଣେ କୁନି ପୁଅ ଅଛି । ବର୍ତ୍ତମାନ ପିଲାମାନଙ୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥି ସହ ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚରା କରୁଛି । ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଛି ।

ଏହାପୂର୍ବରୁ ମଧ୍ୟ ମରାଠୱାଡା ଅଞ୍ଚଳରୁ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଥିଲା । ଜଣେ ମାଆ ତା’ର ୨ ବର୍ଷର କୁନି ପୁଅକୁ କୂଅରେ ଫିଙ୍ଗି ହତ୍ୟା କରିଥିଲା । ଏହା ପରେ ମହିଳା ଜଣକ ନିଜ ଭାଉଜଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପ୍ରଥମେ ତାଙ୍କ ପରିବାର ଲୋକ ତାଙ୍କ କଥାକୁ ଅଣଦେଖା କରିଥିଲେ, କିନ୍ତୁ ସନ୍ଧ୍ୟାରେ ପିଲାଟିର ଖୋଜଖବର ନମିଳିବା ପରେ ସମସ୍ତେ ଖୋଜିଥିଲେ । ଆଉ ତା’ପରେ ବାଡ଼ି ପଛ ପଟ କୂଅରୁ ପିଲାଟିର ମୃତଦେହ ମିଳିଥିଲା ।