• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପା ସାମ୍ନାରେ ପଡ଼ିଥିଲା ପୁଅର ରକ୍ତ ଜୁଡ଼ୁବୁଡ଼ୁ ଶରୀର । ଦିନେ ଯେଉଁ ପୁଅ କାନ୍ଧରେ ମଶାଣୀ ଯାଇଥାଆନ୍ତେ ତା’ର କୋକେଇ ସଜ କରିବାକୁ ପଡ଼ିଲା । ହାତ ଧରି ବାଟ ଶିଖାଇଥିବା ବାପାର ହାତ ଛାଡ଼ି ଆରପାରିକୁ ଚାଲିଗଲା ପୁଅ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପା । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାର ପୂରା କାହାଣୀ ବର୍ଣ୍ଣନା କରିଛନ୍ତି ତାଙ୍କ ବାପା ବଲକୋର ସିଂ । ଆଖିରୁ ବହି ପଡ଼ୁଥିବା ଧାର ଧାର ଲୁହ ତାଙ୍କ ବେଦନା ବଖାଣୁଛି ।

ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ । ପୁଅକୁ ଅନେକ ଥର ଧମକପୂର୍ଣ୍ଣ ଫୋନ୍ ଆସୁଥିବା କଥା ସେ କହିଛନ୍ତି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ମୋସୱାଲାଙ୍କୁ ଅନେକ ଥର ମାରିବାକୁ ଧମକ ଦେଇଥିଲା । ଆଉ ସେଥିପାଇଁ ବୁଲେଟ୍ ପ୍ରୁଫ୍ ଗାଡି ବ୍ୟବହାର କରୁଥିଲେ ସିଦ୍ଧୁ ମୁସେୱାଲା ।ତେବେ ସେ ଦିନର ଦୃଶ୍ୟକୁ ମନେ ପକାଇଛନ୍ତି ବାଲକୋର ସିଂ । ଘଟଣା ଦିନ ପୁଅ ସିଦ୍ଧୁ, ଦୁଇ ବନ୍ଧୁ ଗୁରୁବିନ୍ଦର ସିଂ ଏବଂ ଗୁରୁପ୍ରୀତ ସିଂଙ୍କ ସହିତ ବିନା ବୁଲେଟ୍ ପ୍ରୁଫ୍ ଗାଡିରେ ବାହାରିଥିଲା । ଆଉ ସେଏକା ଯାଉଥିବା ଦେଖି ବାଲକୋର ସିଂ ଦୁଇଜଣ ସୁରକ୍ଷାକର୍ମୀଙ୍କ ସହ ସିଦ୍ଧୁଙ୍କ କାରକୁ ପିଛା କରିଥିଲେ ।

ହେଲେ ଆଉ ଏକ ଗାଡ଼ିରେ ତାଙ୍କୁ କିଛି ଦୁର୍ବୃତ୍ତ ପିଛା କରୁଥିବା ଦେଖିବାକୁ ପାଇଥିଲେ । ଆଉ ପୁଅର କାର ଜବାହାର ଗାଁ ନିକଟରେ ପହଞ୍ଚିବା ପୂର୍ବରୁ ସେଠାରେ ଏକ ବୋଲେରା ପାର୍କିଂ ହୋଇସାରିଥିଲା ​​। ସେଥିରେ ଥିଲେ ଚାରିଜଣ, ସିଦ୍ଧୁଙ୍କ ଗାଡ଼ି ସେଠାରେ ପହଞ୍ଚିବା କ୍ଷଣି ସେମାନେ ଅନ୍ଧାଧୂନ ଗୁଳି ଚଳାଇଥିଲେ । ଆଉ ସେଠାରୁ ଫେରାର ମାରିଥିଲେ ।

ଆଉ ତା’ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବଲକୋର ସିଂ । ପୁଅର ଅବସ୍ଥା ଦେଖି ତାଙ୍କର କଥା ବାହାରୁ ନଥିଲା । ବହୁକଷ୍ଟରେ ପୁଅକୁ ଓ ତା’ର ଦୁଇ ସାଥୀକୁ ହସ୍ପିଟାଲ ପହଞ୍ଚାଇଥିଲେ, ହେଲେ ହସ୍ପିଟାଲରେ ତାଙ୍କ ସଂସାର ଉଜୁଡ଼ିଗଲା । ହାତ ଛାଡ଼ି ଚାଲିଗଲା ପୁଅ ।

ସୂଚନାଯୋଗ୍ୟ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା । ଆଉ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋୟୀ ଥିବା ସେ ଖୋଦ୍ ସ୍ୱୀକାର କରିଛି । ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର କୌଣସି ନୂଆ କଥା ନୁହେଁ । ସିଦ୍ଧୁଙ୍କ ଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି । ହେଲେ ବିଗତ ୧୦ ବର୍ଷରେ ବଢ଼ିଛି ପଞ୍ଜାବରେ ଅପରାଧ ସାମାଜ୍ୟ । ଲରେନ୍ସ ବିଷ୍ଣୋୟୀ , ଗୋଲଡି ବ୍ରାର, କାଲା ଜଠେଡି ଏବଂ ଭିକି ମିଦୁଖେଡ଼ା ଏହି ୪ ଜଣ ବ୍ୟକ୍ତିଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟା ।

ଲରେନ୍ସ ଏବେ ତିହାର ଜେଲରେ । ଦେଶର ସବୁଠୁ ହାଇ ସିକ୍ୟୁରିଟି ଜେଲରେ ରହି ବି କ୍ରାଇମ୍ ନେଟଓ୍ୱର୍କ ଚଲାଇଛି । ୩୦ ବର୍ଷୀୟ ଲ ଗ୍ରାଜୁଏଟ ଖାଲି ପଞ୍ଜାବରେ ନୁହେଁ ୪ ରାଜ୍ୟର ଡନ୍ । ସବୁଠୁ ବଡ଼ କ୍ରିମିନାଲା ପଞ୍ଜାବ, ରାଜସ୍ଥାନ, ହରିୟଣା, ଦିଲ୍ଲୀ ସମେତ ହିମାଚଳ, ୟୁପିରେ ବି କ୍ରାଇମ୍ ସିଣ୍ଡିକେଟ୍ ରହିଛି । ହତ୍ୟା, ହତ୍ୟା ଷଡଯନ୍ତ୍ର, ଅପହରଣ, ଗୁଳିମାଡ଼ ଭଳି ଅନେକ ସଙ୍ଗୀନ ଅପରାଧରେ ସେ ସାମିଲା ।

କୁହାଯାଏ ଲରେନ୍ସ ପାଇଁ କାମ କରୁଥିଲେ ୭୦୦ ସାର୍ପ ସୂଟର । ଆଦେଶ ମିଳିବ କ୍ଷଣି ରାସ୍ତାରୁ ହଟାଇ ଦିଅନ୍ତି ସେମାନେ । ଲରେନ୍ସ ହେଉଛି ସେହି ବ୍ୟକ୍ତି ଯିଏ ବଲିଉଡ୍ ଷ୍ଟାର ସଲମାନ୍ ଖାନ ଙ୍କୁ ହତ୍ୟା ପାଇଁ ସାର୍ପ ସୁଟର ଯୋଗେଇ ଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now