• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ  ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ । ଏହି ଅବସରରେ ଆଜି ହିମାଚଳପ୍ରଦେଶର ଶିିମଳାରେ ଆୟୋଜନ ହୋଇଥିଲା ଗରିବ କଲ୍ୟାଣ ସମ୍ମିଳନୀ । ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ୍ ଯୋଜନାରେ ଏକଦାଶ କିସ୍ତିରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ୨୦ ହଜାର କୋଟିରୁ ଅଧିକ ଟଙ୍କା ଯାଇଛି । ଏହି ଅବସରରେ ମୋଦୀ କହିଛନ୍ତି ମୁଁ କେବେବି ନିଜକୁ ପ୍ରଧାନମନ୍ତ୍ରୀ ବୋଲି ଭାବିନି, ନିଜକୁ ପ୍ରଧାନ ସେବକ ଭାବି କାମ କରି ଚାଲିଛି । ସର୍ଜିକାଲ ଷ୍ଟ୍ରାଇକ୍ କଥା ମନେପକାଇ ମୋଦି କହିଛନ୍ତି ଯେ, ସବୁ ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ହେଉଛି ତାଙ୍କର ପ୍ରଥମ କର୍ତ୍ତବ୍ୟ । 

ସେପଟେ ମୋଦୀ ସରକାରଙ୍କ ଦ୍ୱାତୀୟ ପାଳିରେ ସବୁଠୁ ବଡ ଚ୍ୟାଲଂଜ ଥିଲା । କୋଭିଡ ପରିଚାଳନା ସଫଳତାର ସହ ମହାମାରୀର ମୁକାବିଲା ସହ ଦେଶବ୍ୟାପି ଟୀକାକରଣ ହେଉଛି ବଡ ଉପଲବଧୀ । ଆଉ ପାଣ୍ଡେମିକ୍ ସମୟରେ ମାଗଣାରେ ରାସନ୍ ପ୍ରଦାନ ସରକାରଙ୍କ ଆଉ ଏକ ଉପଲବ୍ଧି ବୋଲି କୁହାଯାଉଛି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ,ଆୟୁଷ୍ମାନ ଭାରତ ଭଳି ସ୍ୱାସ୍ଥ୍ୟ ସେବା ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ କିଷାନ, ଭିତ୍ତଭୂମିର ବିକାଶ ଆଦି ଯୋଜନା ମୋଦୀଙ୍କ ଲୋକ ପ୍ରିୟତାକୁ ଶୀର୍ଷକୁ ନେଇଛି ।  

ସେପଟେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଆଜି କଟକ ମାହାଙ୍ଗାରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ଯୋଜନାରେ ଲାଭ ପାଇବା ପାଇଁ ସମ୍ବିଧାନରେ ସମସ୍ତଙ୍କ ଅଧିକାର ରହିଛି, ହେଲେ ଏଠିକାର ସ୍ଥାନୀୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ଭେଦବଭାବ କରୁଛନ୍ତି ।

ମାହାଙ୍ଗା ଡବଲ୍ ମର୍ଡର, ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ନମିଳିବା,ମୋଦି  ସରକାର ଦେଉଥିବା ଟଙ୍କା ଏଠି ଶାସନରେ ବସିଥିବା ଦଳେ ଲୋକ ଲୁଟ୍ କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ରାଜ୍ୟରେ ଦଳୀୟ ଲୋକଙ୍କୁ କାମ ଦେବା ପାଇଁ ପିଡବ୍ଲ୍ୟୁଡି କୋଡ୍‌କୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ବିନା ଟେଣ୍ଡରରେ ଠିକା ମାଧ୍ୟମରେ ଦଳୀୟ କର୍ମୀଙ୍କୁ କାମ ଦିଆଯାଉଥିବା କହି ବିଜେଡି ସରକାରକୁ କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡି ଏହି ଅଭିଯୋଗର ଯବାବ ରଖିଛି ।

ସେହିପରି ବାଲେଶ୍ୱରର ଜଳେଶ୍ୱର, ନୟାଗଡ଼ ଆଦି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଅବସରରେ ଗରିବ କଲ୍ୟାଣ ସମ୍ମିଳନୀର ଆୟୋଜନ କରାଯାଇଛି । ଯେଉଁଥିରେ ମୋଦୀଙ୍କ ସରକାରଙ୍କ ସଫଳ ଯୋଜନା ଗାଁ ଗାଁ ରେ ଲୋକଙ୍କ ପାଖରେ ପହାଁଚାଇବା ପାଇଁ ବିଜେପି ଆହ୍ୱାନ ଦେଇଛି ।

ରିପୋର୍ଟର- ମନୋଜ ଆଚାର୍ଯ୍ୟ, ହରିହର ଚାନ୍ଦ