• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ରାଜସ୍ଥାନର ଯୋଧପୁରର ଉମେଦ ହୋଟେଲରେ ଆଉ ଜଣେ ପଞ୍ଜାବୀ ଗାୟକ ମିକା ସିଂହଙ୍କ ବଢ଼ିଲା ସୁରକ୍ଷା । ଗତ ୧୫ ଦିନ ହେବ ମିକା ସିଂହ ଯୋଧପୁରରେ ଏକ ରିଆଲିଟି ସୋର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଧପୁରରେ ମିକା ରହୁଥିବା ହୋଟେଲରେ ସଶସ୍ତ୍ର ପୋଲିସ ବାହିନୀକୁ ନିଯୁକ୍ତ କରାଯାଇଛି । ଏହାସହ ମିକାଙ୍କ ସହ ମଧ୍ୟ ଶସସ୍ତ୍ର ପୋଲିସ ବାହିନୀ ଜଗି ରହିଛନ୍ତି । ଏମିତିକି ଡ୍ରୋନ ସାହାଯ୍ୟରେ ମଧ୍ୟ ପୁରା ଅଞ୍ଚଳ ପରେ ନଜର ରଖାଯାଉଛି । ହୋଟେଲକୁ ଯାଆ-ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ଏହିଭଳି ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ ମିକାଙ୍କୁ ରଖାଯାଇଛି ।

କଡା ସୁରକ୍ଷା

ହୋଟେଲରେ ରହୁଥିବା ପଞ୍ଜାବୀ ଗାୟକ ତଥା ଅଭିନେତାଙ୍କ ସୁରକ୍ଷା ପାଇଁ ବନାଡ଼ ପୋଲିସ ଥାନା ଅଧିକାରୀ ସୀତାରାମ ଖୋଜା, ଜୀବନ ରାମ ଏବଂ କନଷ୍ଟେବଳ ହନୁମାନଙ୍କ ସମେତ ପୁରା ଟିମ୍ ନିୟୋଜିତ ହୋଇଛନ୍ତି । ଏହା ସହିତ ହୋଟେଲକୁ ଆସୁଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି । ବିନା ଅନୁମତିରେ ଭିତରକୁ କାହାକୁ ଯିବାକୁ ଦିଆଯାଉ ନାହିଁ । ସୁରକ୍ଷା ଦୃଷ୍ଟିକୋଣରୁ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ କହିଛି । ଡ୍ରୋନ୍ ମାଧ୍ୟରେ ହୋଟେଲ ଏବେ ଆଖପାଖ ଅଞ୍ଚଳ ଉପରେ ନଜର ରଖାଯାଉଛି ।

କ’ଣ କହିଥିଲେ ମିକା ସିଂହ?

ମୁସେୱାଲାଙ୍କ ହତ୍ୟା ପରେ ମିକା ସିଂ ଲରେନ୍ସ ଗ୍ରୁପ୍‌ର ଏକ ପୋଷ୍ଟ ସେୟାର କରି, ମିକା ଲେଖିଥିଲେ ଯେ ‘ଏହି ପେଜ୍‌କୁ ବ୍ୟାନ୍‌ କରିଦେବା ଉଚିତ’ । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲଗାତାର ପୋଷ୍ଟ କରି ଏହି ହତ୍ୟାକୁ ନିନ୍ଦା କରିଛନ୍ତି । ଏଥିସହ, ଲରେନ୍ସ ବିଷ୍ଣୁଙ୍କ ଫେସବୁକ୍ ପେଜ୍‌ର ସ୍କ୍ରିନ୍ ସର୍ଟ ନେଇ ପୋଷ୍ଟ କରି ଏହାକୁ ବ୍ୟାନ୍‌ କରିବା ପାଇଁ ଅପିଲ କରିଛନ୍ତି । ମିକାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏଭଳି ପୋଷ୍ଟ ହେବା ପରେ ଯୋଧପୁର ପୋଲିସ ସତର୍କ ହୋଇଯାଇଛି । ତେଣୁ ହୋଟେଲ ଦି ଉମ୍ମେଦରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।