Advertisment

ସାମ୍ନାକୁ ଆସିବ ବିମାନ ଦୁର୍ଘଟଣା କାରଣ: ବ୍ଲାକ ବକ୍ସ ଉଦ୍ଧାର, ମିଳିଲା ସମସ୍ତ ଯାତ୍ରୀଙ୍କ ମୃତଦେହ

ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nepal plane Crash Bodies of all 22 Dead Recovered

Nepal plane Crash Bodies of all 22 Dead Recovered

ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି। ଏହାର ତର୍ଜମା କରାଯିବ। ଏହାପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ବିମାନର ଦୁର୍ଘଟଣା ଘଟିଲା।

Advertisment

ରବିବାର ଦିନ ସକାଳ ୯ଟା ୫୫ରେ ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜୋମ୍‌ସୋମ୍‌ ଯାଉଥିଲା। ଉଡ଼ାଣର ୧୫ ମିନିଟ ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖ ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏଥିରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନୀ ନାଗିରକ ଥିଲେ ବାକି ସମସ୍ତେ ନେପାଳର ନାଗରିକ ଥିଲେ।

ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ରବିବାର ଅପରାହ୍ଣରେ ବିମାନର ଧ୍ୱଂସାବଶେଷ ମିଳିଥିଲା ତେବେ ଖରାପ ପାଗ ଯୋଗୁଁ ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା ଗତକାଲି ସକାଳେ ପୁଣି ଅପରେସନ ଅା*ମ୍ଭ ହୋଇଥିଲା ନେପାଳ ସେନା ଓ ପୋଲିସ ମିଳିତ ଭାବେ ବିମାନର ଦୁର୍ଘଟଣାସ୍ଥଳ ଠାବ କରିଥିଲେ ପରେ ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି 

Advertisment
Nepal Plane Crash Tara Air Plane Crash
Advertisment
Advertisment