Advertisment

ଶୂନଶାନ ରାତିରେ ଭୂତ ମାରୁଛି ଟ୍ୟୁବୱେଲ୍‌! ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

author-image
Otv Khabar Bureau
Ghost uses tube well

Ghost uses tube well

ଶୂନଶାନ ଅନ୍ଧାର ରାତି। ଗଛ ପତ୍ର ସବୁ କିଛି ଶାନ୍ତ। ଗଛପତ୍ର ଗହଳି ଭିତରେ ପଛକୁ ପଛ ମାଡ଼ି ଯାଇଚି କିଟିକିଟି ଅନ୍ଧାର। ଏକ ଭୌତିକ ପରିବେଶକୁ ଅଧିକ ଭୟଙ୍କର କରିଦେଉଛି, ଟିଉବୱେଲ୍ ମରା ଯିବାର ଶବ୍ଦ । ନଡ଼ିଆ ଗଛ ମୂଳରେ ଅଛି ଏକ ଟ୍ୟୁବ୍‌ୱେଲ୍‌ । ଖୁବ୍ ପୁରୁଣା ପରି ଲାଗୁଛି ଟ୍ୟୁବ୍‌ୱେଲ୍‌ଟି। କାରଣ ଏହା ବିକଟାଳ ଶବ୍ଦ କରୁଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଏହାର ହ୍ୟାଣ୍ଡଲଟି ଆପେ ଆପରେ ହାବିସ୍ ହେଉଛି ।

Advertisment

ତେବେ ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ସତରେ ଭୟ ଲାଗିବ । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭୁତ ଭିଡିଓ କହି ଅନେକ ଲୋକ ଏହାକୁ ସେୟାର କରିଛନ୍ତି। ଯଦିଓ ଆମେ ସମସ୍ତେ ଜାଣୁ, ଭୁତ ପ୍ରେତ ଲୋକଙ୍କ ବିଶ୍ୱାସରେ ଅଛି ସିନା, ଏହାକୁ କିନ୍ତୁ ବିଜ୍ଞାନ ସ୍ୱୀକାର କରିନାହିଁ । ସେଥିପାଇଁ ଅନେକ ଲୋକ ଏହି ଭିଡିଓଟିକୁ ଫେକ୍ ବୋଲି କମେଣ୍ଟ ଦେଇଛନ୍ତି। ଦର୍ଶକବନ୍ଧୁ ଭୂତପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ପଶିଯାଏ। ଭୟ ଆସିବା ମଧ୍ୟ ସ୍ୱାଭାବିକ ମଧ୍ୟ। ଏମିତି ଦୃଶ୍ୟ ଦେଖିଲେ କିଏ ବା ନ ଡରିବ।

ଆଜିର ସମୟରେ ଏ ଭୂତପ୍ରେତକୁ ଅନ୍ଧବିଶ୍ୱାସ ଭାବେ ଅଭିହିତ କରନ୍ତି ହେତୁବାଦୀ । ବାସ୍ତବରେ ଭୁତପ୍ରେତ ହେଉଛି ମନର ଏକ ଭ୍ରମ। ଏଭଳି ଭିଡିଓ ଆମକୁ ମନ ଭିତରୁ ଦୁର୍ବଳ ଓ ଭୟାଳୁ କରି ଦେଇଥାଏ। ଭିଡିଓରେ ଟିୟୁବୱେଲଟି ଆପେ ଆପେ ହାବିସ୍‌ ହେଉଛି। କିନ୍ତୁ ପାଣି ବାହାରୁନି। ପାଣି ବାହାରିବା ଜାଗାରେ ଗୋଟେ ଛୋଟ ବଲ୍ ଜଳୁଛି। ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ତଳେ କିଛି ଲୋକ ଏ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେହି କେହି କହିଛନ୍ତି ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏପରି ଭିଡିଓକୁ ଇଫେକ୍ଟ ଦେଇ ସୃଷ୍ଟି କରାଯାଉଛି। ପୁଣି କିଏ ଲେଖିଛନ୍ତି, ଲୁହାକୁ ଭୂତପ୍ରେତ ଡରନ୍ତି, ଏହାକୁ ସ୍ପର୍ଶ କରନ୍ତି ନାହିଁ। ତେଣୁ ଏଠି ଭୁତଟି ଅଦୃଶ୍ୟ ହୋଇ ହ୍ୟାଣ୍ଡଲ ହାବିସ୍ କରୁଛି କେମିତି।

Advertisment

ବର୍ତ୍ତମାନ ସମୟରେ ଯେଉଁଠି ପୁରୁଣା ବିଶ୍ୱାସ ଓ ବିାଜ୍ଞାନ, ଏକସଙ୍ଗେ ଅବସ୍ଥାନ କରୁଛନ୍ତି। ଆମ ଭିତରୁ ଅଧା ଲୋକ ଭୁତପ୍ରେତକୁ ସତ ବୋଲି କହୁଥିବା ବେଳେ, ଆଉ କିଏ ଏହାକୁ ଅନ୍ଧବିଶ୍ୱାସ କହି ସଂପୂର୍ଣ୍ଣ ଟାଳି ଦେଉଛନ୍ତି। ତେବେ ବିଶ୍ୱାସ କରିବାରେ ସମସ୍ୟା ନାହିଁ, କିନ୍ତୁ ଏହି ବିଶ୍ୱାସ ଟିକକ ଅନ୍ଧବିଶ୍ୱାସ ନହେଉ। ତେବେ  ଭୁତପ୍ରେତରେ ସମସ୍ତେ ବିଶ୍ୱାସ କରନ୍ତି ନା ନାହିଁ? 

Viral Video Special Story Ghost Uses Tube Well
Advertisment
Advertisment