Advertisment

ଆରପାରିରେ ବଲିଉଡର ଭଏସ ଅଫ୍ ଲଭ୍ କେ.କେ

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Singer KK

Singer KK

ଆରପାରିରେ ବଲିଉଡର ଭଏସ ଅଫ୍ ଲଭ୍ କେ.କେ  ବା କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ନଜରୁଲ ମଞ୍ଚ ଗୁରଦାସ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ରେହ ନା ହେ ତେରେ ଦିଲ ମେ ର ସଚ କେହରାହା ହେ ଦିୱାନା ଦୀଲ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ନାମ । ଏହାପରେ ବଲିଉଡକୁ ସେ ହିଟ୍ ପରେ ହିଟ୍ ଗୀତ ଦେଇଥିଲେ ।

ମାଚିସ ଫିଲ୍ମର ଛୋଡ ଆୟେ ହମ ୱେ ଗଲିୟା, ହେଉ ଅବା ହମ ଦୀଲ ଦେ ଚୁକେ ସନମ ଭଳି ହିଟ୍ ଫିଲ୍ମର ତଡପ ତଡପ କେ ଇସ ଦୀଲସେ ଗୀତ ସବୁଥିରେ ରହିଥିଲା ତାଙ୍କର ସ୍ୱତନ୍ତ୍ର ଛାପ୍ । କେ.କେଙ୍କ ଅକାଳ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସିଙ୍ଗର ବାବୁଲ ସୁପ୍ରିୟୋଙ୍କ ସମେତ ଅନେକ ନିର୍ଦ୍ଦେଶକ ମେଡିକାଲ ଯାଇ କେ.କେଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି କୋଲକାତାରେ କେ.କେଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶେଷକୃତ୍ୟ କରାଯିବ । ସେପଟେ ବଲିଉଡ ସିଙ୍ଗର କେ.କେଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

କେକେଙ୍କ ବହୁତ ଲୋକପ୍ରିୟ ଗୀତ ରହିଛି । ତାଙ୍କର ଟପ୍ ଟେନ୍ ଗୀତ ବାଛିଲେ ଦ୍ୱନ୍ଦ୍ୱ ହେବ, କେଉଁ ଗୀତକୁ ରଖିବେ, କେଉଁ ଗୀତକୁ ଛାଡ଼ିବେ । ତଥାପି ପୁରା ଅଲ୍ ଟାଇମ୍ ହିଟ୍ ତାଲିକାରେ ନିଶ୍ଚୟ ରହିବ ।

(1) ହମ୍ ରହେ ୟା ନା ରହେ କଲ୍....କଲ୍ ୟାଦ୍ ଆୟେଙ୍ଗେ ୟେ ପଲ୍...

(2) ଜିନ୍ଦଗୀ ଦୋ ପଲ୍ କି... ଇନ୍ତଜାର୍ କବ୍ ତକ୍ ହମ୍ କରେଙ୍ଗେ ଭଲା....

(3) ତଡପ୍ ତଡପ୍ କେ ଏସ୍ ଦିଲ୍ ସେ ଆହ ନିକଲତି ରହି...

(4) ଦିଲ୍ କ୍ୟୁଁ ୟେ ମେରା ସୋର୍ କରେ....

(5)ସଚ୍ କେହ ରାହା ହୈ ଦିୱାନା...

(6)ତୁହି ମେରି ସବ୍ ହୈ, ସୁବାଃ ହୈ, ତୁହି ଦିଲ୍ ହୈ ମେରା...

(7) ଆଁଖୋମେଁ ତେରି ଅଜବ୍ ସି ଅଜବ୍ ସି ଅଦାଏଁ ହୈଁ...

(8) ଖୁଦା ଜାନେ ୟେ କ୍ୟା ହୁଆ ହୈ...

(9) ଛୋଡ ଆୟେ ହମ ୱ ଗଲିୟା....

(10) ତୁ ଜୋ ମିଲା...

ଏଭଳି କିଛି ତାଙ୍କର ଶହ ଶହ ଗୀତ ହିଟ୍ ହୋଇଛି ।

Singer KK
Advertisment
Advertisment