/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739337251.jpg)
Road Accident
ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡ଼ିଗଲା କାର୍। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଇଟାମାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କାର୍ ମାଲିକ ଓ ଜଣେ ପଥଚାରୀ। କାର୍ ମାଲିକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସାଗରୁଗାଁର ବୋଲି ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଜଣେ ପଥଚାରୀକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା।
ଦୁର୍ଘଟଣାରେ କାର ମାଲିକ ଓ ପଥଚାରୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଦୋକାନ ଭାଙ୍ଗି ଯାଇଥିବା ବେଳେ ସେଠାରେ ଥିବା ଜିନିଷ ପତ୍ର ଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
କାର୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣାରେ କାରର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।
ଦୋକାନ ମାଲିକ କହିଛନ୍ତି, ମୋ ଦୋକାନ ଉପରେ କାର୍ ମାଡିଯିବା ଯୋଗୁ ଦୋକାନରେ ଥିବା ସବୁ ଜିନିଷ ପତ୍ର ନଷ୍ଟ ହୋଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)