• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘର ସାମ୍ନାରେ ଲୋକଙ୍କ ଭିଡ ଲାଗିଛି...କାନ୍ଦବୋବାଳି ପଡିଛି । କିଏ ବାହୁନି ବାହୁନି କାନ୍ଦୁଛି ତ ଆଉ କିଏ ମୁଣ୍ଡରେ ହାତ ଦେଇ ବସିଛି । ଏମିତି ଦୃଶ୍ୟ ଦେଖିବା ପରେ ବୁଝିସାରିଥିବେ କି କାହାର ମୃତ୍ୟୁ ହୋଇଛି । ସେଇଥି ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନମାନେ କାନ୍ଦୁଛନ୍ତି । ହଁ...ଠିକ୍‌ ଅନୁମାନ କହୁଛନ୍ତି ଆପଣ । ଏଠି ଜଣଙ୍କର ପ୍ରାଣ ଯାଇଛି ..ସିଏ ପୁଣି ଦାଦନ ଖଟିବାକୁ ଯାଇଥିବା ସମୟରେ ।

ଗଂଜାମ ଆସିକା ଖଇରପୁଟି ଗାଁର ମଙ୍ଗୁଳୁ ନାହାକ...୫୦ ବର୍ଷୀୟ ମଙ୍ଗୁଳୁ ନାହାକ ସ୍ତ୍ରୀ ମଞ୍ଜୁଳା ଏବଂ ଦୁଇଝିଅ ଓ ୨ ଦୁଇପୁଅଙ୍କୁ ନେଇ ବେଶ୍‌ ହସଖୁସିରେ ଚଳାଉଥିଲେ ସଂସାର । ହେଲେ ହଠାତ୍‌ ତାଙ୍କୁ ରୋଗ ମାଡିବସିବାରୁ ସେ କାମଧନ୍ଦା କରିପାରିଲେ ନାହିଁ । ଏମିତି ପରିସ୍ଥିତିରେ ପରିବାର କେମିତି ଚଳିବ ସେହି ଚିନ୍ତାରେ କାମ କରିବାକୁ ନିଷ୍ପତ୍ତି ନେଲେ ମଞ୍ଜୁଳା । ଗାଁର ଅନ୍ୟ ଶ୍ରମିକଙ୍କ ପରି ସେ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ୍‌ ।

ଜାଣି ଆଶ୍ଚର୍ଯ୍ୟ ହେବେ ପରିବାର ଚଳାଇବାକୁ ସେ ସିନା ହାଇଦ୍ରାବାଦ୍‌ ବାହାରିଗଲେ ହେଲେ ନିର୍ଯାତନା ଏତେ ଅଧିକ ହେଉଥିଲା ଯେ ଚଳିବା କଷ୍ଟକର ହୋଇ ପଡିଥିଲା । କିନ୍ତୁ ପରିବାର ମୁହଁରେ ଦାନା ଦେବାକୁ ସବୁଦୁଃଖ କଷ୍ଟକୁ ଛାତିରେ ଚାପି ଧରି କାମ କରୁଥିଲେ। ଏହାରି ଭିତରେ ୬ ମାସ ବିତିଗଲା । ଦିନ ଯେତିକି ଯେତିକି ଗଡୁଥାଏ ମଂଜୁଳାଙ୍କ ଦୁଃଖ ସେତିକି ସେତିକି ବଢୁଥାଏ । ମାଆର କଷ୍ଟକୁ ପାଖରେ ଥିବା ଝିଅ ପୂଜା ସବୁ ଦେଖୁଥାଏ ସତ ହେଲେ କିଛି କରିବାର ତା’ପାଖରେ ଉପାୟ ନଥାଏ ।

ହଠାତ୍‌ ଦିନେ ସକାଳୁ ପୂଜା ଦେଖେ ତ ମାଆଙ୍କ ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ଝୁଲୁଛି । ମାଆର ଏ ଅବସ୍ଥା ଦେଖି ପୂଜା କଣ କରିବ ? କେମିତି କରିବ? କିଛି ବୁଝିପାରିଲା ନାହିଁ । ତେଣୁ ସେଠାରେ କୌଣସି ମାମଲା କି ପୋଷ୍ଟମର୍ଟମ ବିନା ଶବକୁ ଏକ ଘରୋଇ ଆମ୍ବୁଲାନ୍ସରେ ଗାଁକୁ ଆଣିଲେ । ବାସ୍‌ ପୂଜାଙ୍କଠାରୁ ସବୁ ଖବର ଶୁଣିବା ପରେ ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ ଗାଁ ଲୋକେ । ପରେ ପୋଲିସ ଡ୍ରାଇଭର, ବାପା ଓ ଝିଅକୁ ପଚରାଉଚରା କରୁଛି ।

ତେବେ ହାଇଦ୍ରାବାଦ୍‌ରେ କଣ ଘଟିଲା ? କାହିଁକି ମଞ୍ଜୁଳାଙ୍କ ମୃତ୍ୟୁ ହେଲା ତାହା ଏଯାଏ ଜଣାପଡିନଥିବା ବେଳେ ମୃତ୍ୟୁ ପଛରେ ଯିଏ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଛି ଦାବି ।

 

  • Reported by:
  • Manoj Muni