/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690475794.jpg)
poor telecommunication
କିଏ ଗଛ ତଳେ ତ ଆଉ କିଏ ଦାଣ୍ଡ ଦୁଆରେ । ପୁଣି ଆଉ କିଏ କିଏ ଘର ସାମ୍ନାରେ ଲାଗିଥିବା ପ୍ଲାଷ୍ଟିକ ଜରିରେ ମୋବାଇଲ ପୂରାଇ ରଖୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ ଭାବିବେ ସେମାନେ ଦାଣ୍ଡ ଦୁଆରେ ମୋବାଇଲ ଏମିତି କାହିଁକି ରଖୁଛନ୍ତି? ଯଦି ଚୋରି ହୋଇଯିବ? ଚୋରିର ତ ପଛର କଥା ଏମାନେ ମୋବାଇଲ ନରଖିଲେ ଅଖଚକ ବନ୍ଦ । ଅର୍ଥାତ୍ ଘର ଭିତରକୁ ଯିବା ମାତ୍ରେ ନେଟୱର୍କ ଆସୁନି । ତେଣୁ ଦାଣ୍ଡ ଦୁଆରେ...ଗଛ ତଳେ...ଛକ ଉପରେ ମୋବାଇଲ ଧରି ବସିବାକୁ ବାଧ୍ୟ ହେଉଛନ୍ତି ସେମାନେ ।
ଗଂଜାମ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏମିତି ଅଭାବନୀୟ ଚିତ୍ର । ଯେଉଁଠି ମୋବାଇଲରେ ପଦେ କଥା ହେବାକୁ କରିବାକୁ ପଡୁଛି ସଂଘର୍ଷ । ଇଏ ଦିନେ କି ଅଧେ ନୁହେଁ ବରଂ ପ୍ରତିଦିନର । ଆଜିକା ଡିଜିଟାଲ ଯୁଗରେ ବି ଫୋନ୍ରେ ନେଟୱର୍କ ପାଇଁ ସେମାନଙ୍କୁ କରିବାକୁ ପଡୁଛି ସଂଘର୍ଷ ।
ସ୍ଥିତି ଏମିତି ହେଲାଣି ଯେ, ପିଲାଙ୍କ ପାଠପଢା ସହିତ ବନ୍ଧୁବାନ୍ଧବଙ୍କ ସହ କଥା ହେବାକୁ ନାହିଁ ନଥିବାର ଅସୁବିଧା ସାମ୍ନା କରୁଛନ୍ତି ସେଠିକାର ଲୋକେ । ସମସ୍ୟା ଏତିକିରେ ସରିନି ବରଂ ବେଳେବେଳେ ଘର ଦୁଆରେ ବି ମୋବାଇଲ୍ରେ ନେଟୱର୍କ ଆସୁନି । ତେଣୁ ଯିଏ ଯୁଆଡେ ପାଇଲା ସିଏ ସିଆଡେ ଧାଇଁଲା, ଆଉ ନେଟୱର୍କ ଆସିବା ପରେ ପରିବାର କି ବନ୍ଧୁବାନ୍ଧବଙ୍କ ସହ କଥା ହେଲା । କଥାବାର୍ତ୍ତା ହେବାକୁ ସିନା ଘରୁ ବାହାରେ ବୁଲି କାମ ଚଳାଉଛନ୍ତି ଲୋକେ, ହେଲେ ପିଲାଙ୍କ କଥା ଥରେ ଚିନ୍ତା କରନ୍ତୁ ତ...ଅନଲାଇନ୍ରେ ପାଠ ପଢିବାକୁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ।
୪ ଜି ଯାଇ ୫ ଜି ନେଟୱର୍କ ହେଲାଣି କିନ୍ତୁ ଏବେ ବି ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଫୋନ୍ରେ କଥା ହେବାକୁ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରିବା ଲାଗି ଦାବି କରିଛନ୍ତି ଅଂଚଳବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)