Advertisment

ଜୀବନ ନେଇଗଲା ଲିଭ୍‌ ଇନ୍‌ ପାର୍ଟନର, ବିବାହ ପୂର୍ବରୁ ମହିଳାଙ୍କୁ ବୀଭତ୍ସ ହତ୍ୟା

ଭାଙ୍ଗିଗଲା ସ୍ୱପ୍ନ..ଚାଲିଗଲା ଜୀବନ..ପ୍ରେମିକ ପାଲଟିଲା ସୈତାନ୍

author-image
Prangyan Parimita
ଅଦ୍ୟତନ ହୋଇଛି
Ganjam: Man Kills Live-in Partner

murder

ବିବାହ କରି ପ୍ରେମିକ ସହ ସୁନାର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିଲେ । ହେଲେ ନିର୍ଦ୍ଦୟ ପ୍ରେମିକ ସବୁ କିଛି ସାରିଦେଲା । ଗଞ୍ଜାମ ଜିଲ୍ଲା ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଯେଉଁ ଯୁବକଙ୍କ ସହ ଲିଭ୍ ଇନରେ ଥିଲେ ମହିଳା, ସେହି ଯୁବକଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ।

Advertisment

ସଂପୃକ୍ତ ମହିଳାଙ୍କ ପୁରୁଷ ବନ୍ଧୁ ପ୍ରଶାନ୍ତ ବେହେରା ହିଁ ଆଉ ୨ ସହଯୋଗୀଙ୍କ ସହ ମିଶି ହତ୍ୟା କରି ମହୁଲପଲ୍ଲୀ ମଶାଣିରେ ପୋତି ଦେଇଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଗତକାଲି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ତା’ସହ ହତ୍ୟାରେ ବ୍ୟବହୃତ ହାତୁଡି ସହ ମୋବାଇଲ, ଏକ ଅଟୋ ଏବଂ କଳାରଙ୍ଗର ବାଇକକୁ ଜବତ କରିଛି ପୋଲିସ।

ମୃତ ମହିଳା ହେଲେ ଜୟନଗର ଗାଁର ବର୍ଷା ରାଣୀ ପୁରୋହିତ। ତାଙ୍କ ଭାଇଙ୍କ କହିବା କଥା, ସେ ପଳାସପୁର ଗାଁର ସନ୍ତୋଷ ତ୍ରିପାଠୀଙ୍କୁ ବିବାହ କରିଥିଲେ। କିନ୍ତୁ ମନୋମାଳିନ୍ୟ ଯୋଗୁଁ କୋର୍ଟରେ ଛାଡ଼ପତ୍ର ଅପିଲ୍ କରିବା ସହ ସନ୍ତୋଷଙ୍କ ଠାରୁ ଦୂରେଇ ଯାଇ ହାଇଦ୍ରାବାଦରେ କାମ କରୁଥିଲେ। ସେଠି ପ୍ରଶାନ୍ତ ବେହେରାଙ୍କ ଲିଭ୍ ଇନରେ ରହିଆସୁଥିଲେ। କିଛିଦିନର ଲିଭ ଇନ୍ ପରେ ବର୍ଷା ବିବାହ କଥା ଉଠାଇବାରୁ ଏବଂ ମନା କରିବାରୁ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ।

Advertisment

ପରବର୍ତ୍ତୀ ସମୟରେ ବର୍ଷାଙ୍କ ମୃତଦେହ ଠାବ ହୋଇଥିଲା। ତେବେ ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଭଉଣୀକୁ ପ୍ରଶାନ୍ତ ହିଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଫେରାର୍ ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ତେବେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା କରି ଅଧିକ ସୂଚନା ଦେଉନି ପୋଲିସ।....

Murder Murder Case
Advertisment
Advertisment