• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସହିଦ ମହେଶ୍ୱର ବେହେରା । ପୁଅ ପାଇଁ ୨୪ ବର୍ଷ ହେବ ଶୁଖୁନି ମା’ ଆଖିର ଲୁହ । ଫଟୋକୁ ଟିକେ ନିରିଖେଇ ଦେଖିଲେ, ପୁଅର ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ଏ ବାକ୍ସଟିକୁ କେତେବେଳେ କେମିତି ଖୋଲିଦେଲେ- ବୁକୁ ଫାଟିଯାଏ । ଯେମିତି... ବୋଲ ମାନେନି ଲୁହ । ସେଇଥି ପାଇଁ ତ ବେଳେ ବେଳେ ଖୋଲିବାକୁ ମାଆର ସାହସ ହୁଏନି ଏ ବାକ୍ସ । ଛୋଟ ବାଇଟ୍ ଭାବମଣି ବେହେରା, ସହିଦ ମହେଶ୍ୱରଙ୍କ ମା' ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଗାଁର ବୀର ସହିଦ ମହେଶ୍ୱର ବେହେରା । ଦେଶ ମାତୃକାର ସେବା ଲାଗି ସେନାରେ ଭର୍ତ୍ତି ହୋଇଥିଲେ । ପ୍ରତି ଛୁଟିରେ ଘରକୁ ଆସୁଥିବା ପୁଅ କିନ୍ତୁ କାର୍ଗିଲ ଲଢ଼େଇ ପରେ ଆଉ ଘରକୁ ଫେରି ନଥିଲା । ବିଡ଼ମ୍ବନା- ଆଗ ସେନା କାର୍ଯ୍ୟାଳୟରୁ ପୁଅ ସହିଦର ଖବର ଆସିଲା । ଏହାର ଦୁଇ ଦିନ ପରେ, ସେ ଭଲରେ ଥିବା ନେଇ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠି ଘରେ ପହଞ୍ଚିଲା ।

ଅଧିକ ପଢ଼ନ୍ତୁ: କାର୍ଗିଲ ଯୁଦ୍ଧକୁ ନେଇ ୫ଟି ତଥ୍ୟ; ପାକିସ୍ତାନର ଥିଲା ବଡ଼ ଷଡ଼ଯନ୍ତ୍ର

ଆଉ ପୁଅ ମୃତ୍ୟୁକୁ ମିଛ ଖବର ଭାବି ଭଗବାନଙ୍କୁ ଧନ୍ୟବାଦ ଦେବା ଭିତରେ ଘରକୁ ଆସିଗଲା ଯୁଦ୍ଧରେ ସହିଦ ବୀର ପୁଅର ପାଉଁଶ ଓ ପୋଷାକ । କାର୍ଗିଲ ବିଜୟ ଦିବସ ପାଳନ ପୂର୍ବରୁ ବୀରମାଟି ବରହମପୁରରେ ପହଞ୍ଚିବା ବେଳେ, ଆମ କ୍ୟାମେରା ଟିମ୍ ସାମ୍ନାରେ ସହିଦ ପୁଅ ସହ ଜଡ଼ିତ ଏମିତି କେତେ କ’ଣ କାହାଣୀ ବଖାଣିଥିଲେ ମହେଶ୍ୱରଙ୍କ ମା’ ଭାବମଣି ଓ ବାପା ଲକ୍ଷ୍ମୀଧର ।

ସହିଦ ଶ୍ରୀନିବାସ ପାତ୍ର । କେବଳ କାନ୍ଥରେ ନୁହେଁ, ସତେ ଯେମିତି ଏଇ ମାଟି, ପାଣି, ପବନ ସବୁଠି ଲେଖା ରହିଛି ବୀରତ୍ୱ ଓ ବଳିଦାନର ଗାଥା । କାରଣ ଏଇ ମାଟି ଗଞ୍ଜାମ ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁରର ପୁଅ ଶ୍ରୀନିବାସ, ଆଜିକୁ ୨୪ ବର୍ଷ ତଳେ ଦେଶ ପାଇଁ ଦେଇଥିଲେ ଜୀବନର ଭେଟି । ଆଉ କାଲି କାର୍ଗିଲ ବିଜୟ ଉତ୍ସବରେ ତାଙ୍କରି ସ୍ମୃତି ଚାରଣ ପାଇଁ ପ୍ରସ୍ତୁତ ହେଉଛି ଗାଁ ।

୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ । ଆଉ ଘର ଛାଡ଼ିବାର ୭ ଦିନ ପରେ ଜୁଲାଇ ୫ ତାରିଖରେ ଆସିଲା ତାଙ୍କ ସହିଦ ହେବା ଖବର । ଯାହାକୁ ଏବେ ବି ମନେ ପକାଇ ଝୁରି ହୁଅନ୍ତି ତାଙ୍କ ଭାଇ ତ୍ରିଲୋଚନ ।

୧୯୯୯ରେ ଲଢାଯାଇଥିବା କାର୍ଗିଲ ଯୁଦ୍ଧ ପ୍ରାୟ ୬୦ରୁ ଅଧିକ ଦିନ ଧରି ଚାଲିଥିଲା । ଏହି ଯୁଦ୍ଧରେ ଭାରତୀୟ ସେନାର ୨୬ ଜଣ ଅଫିସରଙ୍କ ସହ ୫୨୭ଜଣ ଯବାନ ସହିଦ ହୋଇଥିଲେ । ଓଡ଼ିଶାରୁ ୧୩ ଜଣ ସୈନିକ ବି ଏଥିରେ ପ୍ରାଣବଳି ଦେଇଥିଲେ । କଷ୍ଟସାଧ୍ୟ ଯୁଦ୍ଧ ପରେ ସୀମା ଭିତରକୁ ପଶି ଆସିଥିବା ଶତ୍ରୁପକ୍ଷର ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ତେଣୁ ସେଇ ବିଜୟ ଦିବସର ପାଳନ ପାଇଁ ସହିଦଙ୍କ ଜନ୍ମମାଟି ସାଙ୍ଗକୁ ଦ୍ରାସ ସ୍ଥିତ କାରଗିଲ ୱାର ମେମୋରିଆଲରେ ବି ଚାଲିଛି ବ୍ୟାପକ ଆୟୋଜନ ।

ଅଧିକ ପଢ଼ନ୍ତୁ: କାର୍ଗିଲ୍ ଯୁଦ୍ଧର ଇତିହାସ; କେଉଁ ଦିନ କ’ଣ ହୋଇଥିଲା…

  • Reported by:
  • ASHOK BRAHMA , Biswambar Das