/odishatv-khabar/media/post_attachments/uploadimage/library/16_9/16_9_0/5G_BTS_1690444225.jpg)
5G BTS
କେନ୍ଦ୍ର ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଜୁଲାଇ ୭ ତାରିଖ ସୁଦ୍ଧା ଦେଶରେ ସ୍ଥାପିତ କରାଯାଇଥିବା ମୋଟ ୨୮୧୯୪୮ଟି ୫ଜି ବିଟିଏସ ମଧ୍ୟରୁ କେବଳ ରିଲାଏନ୍ସ ଜିଓ ୨୨୮୬୮୯ଟି ୫ଜି ବିଟିଏସ ସ୍ଥାପନ କରିଛି । ସାରା ଦେଶରେ ସ୍ଥାପିତ ହୋଇଥିବା ମୋଟ ୫ଜି ବିଟିଏସ ସଂଖ୍ୟାରେ ଜିଓ ଏକାକୀ ଯୋଗଦାନ ୮୧%ରୁ ଅଧିକ ରହିଛି । ଅନ୍ୟପକ୍ଷରେ ଭାରତୀ ଏୟାରଟେଲ ପକ୍ଷରୁ ସାରା ଦେଶରେ ମାତ୍ର ୫୨୨୨୩ଟି ୫ଜି ବିଟିଏସ ସ୍ଥାପନ କରାଯାଇଥିବା ଜଣାପଡ଼ିଛି । ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦୂରସଂଚାର ରାଜ୍ୟମନ୍ତ୍ରୀ ଦେବୁସିଂ ଚୌହାନ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶର ପ୍ରତି ଜିଲ୍ଲା ହିସାବରେ ୫ଜି ନେଟୱାର୍କ ସ୍ଥାପନ କରାଯିବାର ତଥ୍ୟ ପ୍ରଦାନ କରାଯାଇଛି । ଏହି ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥାପନ ହୋଇଥିବା ୧୦୫୩୨ଟି ୫ଜି ବିଟିଏସ ମଧ୍ୟରୁ ଜିଓ ୮୨୦୪ଟି ୫ଜି ବିଟିଏସ ରହିଥିବା ବେଳେ ଏୟାରଟେଲ ମାତ୍ର ୨୩୧୦ ଟି ୫ଜି ବିଟିଏସ ସ୍ଥାପନ କରିଛି । ସେହିଭଳି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଜିଓ ଏୟାରଟେଲ ଠାରୁ ବେଶ ଆଗରେ ରହିଛି । ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମୁମ୍ବାଇରେ ସ୍ଥାପିତ ହୋଇଥିବା ମୋଟ ୫୧୬୭ଟି ୫ଜି ବିଟିଏସ ମଧ୍ୟରୁ ୩୯୫୩ ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୧୨୧୪ଟି ରହିଛି ।
ଦୂରସଂଚାର ବିଭାଗ ଦ୍ୱାରା ପ୍ରଦତ୍ତ ଜିଲ୍ଲା ହିସାବରେ ୫ଜି ବିଟିଏସ ସ୍ଥାପନ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜୁଲାଇ ୭ ସୁଦ୍ଧା ମୋଟ ୭୭୫୬ଟି ୫ଜି ବିଟିଏସ ସ୍ଥାପନ କରାଯାଇଥିବା ଜଣାପଡିଛି । ଏଥି ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ଟି ୫ଜି ବିଟିଏସ ସ୍ଥାପନ କରି ବେଶ ଆଗରେ ରହିଥିବା ବେଳେ ଏୟାରଟେଲ ମାତ୍ର ୧୪୧୧ ଟି ୫ଜି ବିଟିଏସ ସ୍ଥାପନ କରିଛି । ଏକମାତ୍ର ଟେଲିକମ ଅପରେଟର ଭାବରେ ରିଲାଏନ୍ସ ଜିଓ ଓଡ଼ିଶାର ସବୁ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରିଥିବା ଏହି ତଥ୍ୟରୁ ଜଣାପଡିଛି । ଜିଲ୍ଲା ହିସାବରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
ଖୋର୍ଦ୍ଧା ଜିଲ୍ଲା ପରେ କଟକ ଜିଲ୍ଲାରେ ସ୍ଥାପନ ହୋଇଥିବା ଦ୍ୱିତୀୟ ସର୍ବାଧିକ ୭୯୨ ଟି ୫ଜି ବିଟିଏସ ମଧ୍ୟରୁ ୭୧୦ଟି ଜିଓ ପକ୍ଷରୁ ସ୍ଥାପନ କରାଯାଇଥିବା ବେଳେ ଏୟାରଟେଲ ପକ୍ଷରୁ ମାତ୍ର ୮୨ ଟି ୫ଜି ବିଟିଏସ ସ୍ଥାପନ କରାଯାଇଥିବା ଏହି ତଥ୍ୟରୁ ସୂଚନା ମିଳିଛି । ସେହିଭଳି ଗଂଜାମ ଜିଲ୍ଲାରେ ସ୍ଥାପନ ହୋଇଥିବା ୫୪୨ଟି ୫ଜି ବିଟିଏସ ମଧ୍ୟରୁ ୪୨୦ଟି ଜିଓର ଓ ୧୨୨ଟି ଏୟାରଟେଲର ରହିଛି । ସୁନ୍ଦରଗଡ ଜିଲ୍ଲାରେ ମୃତୟନ ହୋଇଥିବା ୫୧୪ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୪୪୮ଟି ଏବଂ ଏୟାରଟେଲର ୬୬ଟି ୫ଜି ବିଟିଏସ ରହିଛି ।
ସେହିଭଳି ବାଲେଶ୍ୱର ଜିଲ୍ଲାରେ ସ୍ଥାପନ ହୋଇଥିବା ୪୪୪ଟି ୫ଜି ବିଟିଏସ ମଧ୍ୟରୁ ଜିଓ ୩୫୬ ଟି ୫ଜି ବିଟିଏସ ସ୍ଥାପନ କରିଥିବା ବେଳେ ଏୟାରଟେଲର ୮୮ଟି ରହିଛି । ଯାଜପୁର ଜିଲ୍ଲାରେ ରହିଥିବା ୪୦୫ ଟି ୫ଜି ବିଟିଏସ ମଧ୍ୟରୁ ୩୧୮ ଟି ଜିଓର ରହିଥିବାବେଳେ ଏୟାରଟେଲର ୮୭ଟି ରହିଛି । ସେହିଭଳି ପୁରୀ ଜିଲ୍ଲାରେ ସ୍ଥାପନ ହୋଇଥିବା ୩୪୭ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ସର୍ବାଧିକ ୨୮୨ ଟି ୫ଜି ବିଟିଏସ ରହିଥିବା ବେଳେ ଏୟାରଟେଲର ୬୫ଟି ୫ଜି ବିଟିଏସ ରହିଛି ।
ଅନୁଗୁଳ ଜିଲ୍ଲାରେ ରହିଥିବା ୩୧୭ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୫୨ ଟି ରହିଥିବା ଏୟାରଟେଲର ୬୫ଟି ୫ଜି ବିଟିଏସ ରହିଛି । ସମ୍ବଲପୁର ଜିଲ୍ଲାରେ ମୃତୟନ ହୋଇଥିବା ୨୫୪ ଟି ୫ଜି ବିଟିଏସ ମଧ୍ୟରୁ ୨୦୦ ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୫୪ଟି ରହିଛି । ଭଦ୍ରକ ଜିଲ୍ଲାରେ ମୋଟ ୨୫୬ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୦୬ ଟି ଏବଂ ଏୟାରଟେଲର ୫୦ ଟି ରହିଛି । ସେହିଭଳି କେନ୍ଦୁଝର ଜିଲ୍ଲାର ୧୫୩ ଟି ୫ଜି ବିଟିଏସ ମଧ୍ୟରୁ ଜିଓର ୨୨୬ ଟି ରହିଥିବା ବେଳେ ଏୟାରଟେଲର ୨୭ଟି ରହିଛି । ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଓ ପକ୍ଷରୁ ସର୍ବାଧିକ ୫ଜି ବିଟିଏସ ସ୍ଥାପନ କରାଯାଇଥିବା ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)