/odishatv-khabar/media/post_attachments/uploadimage/library/16_9/16_9_0/Cyber_Loot_1689995124.jpg)
Cyber Loot
ଜଣେ କି ଦୁଇ ଜଣ ନୁହଁ। ସାରା ଗାଁକୁ ଚୁନା ଲଗାଇଦେଇଛନ୍ତି ସାଇବର ଠକ। ଏକ ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ କରିଛନ୍ତି ଗାଁର ଶହ ଶହ ଯୁବକଙ୍କୁ। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବଡ଼ରାମପଲ୍ଲୀ ଗାଁରୁ ।
ପ୍ରଥମେ କୃଷ୍ଣଚନ୍ଦ୍ର ମହାକୁଡ଼ ନାମକ ଜଣେ ଯୁବକ ଏକ ଆପ୍ରେ ୪ ହଜାର ଟଙ୍କା ଡିପୋଜିଟ କରିଥିଲେ। ସେହି ଆପ୍ ମାଧ୍ୟମରେ ଦୈନିକ ୮ଶହ ଟଙ୍କା ୱାଲେଟ ଜରିଆରେ ପାଉଥିଲେ । ପରେ ସେହି ୱାଲେଟରୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ଏଭଳି ସହଜ ଉପାୟରେ ହଜାର ହଜାର ଟଙ୍କା ପାଉଥିବା ଦେଖି ଗାଁର ଅନ୍ୟ ଯୁବକ ବି ସଂପୃକ୍ତ ଆପ୍ ମାଧ୍ୟମରେ ୪ ହଜାରରୁ ୨୩ ହଜାର ପର୍ଯ୍ୟନ୍ତ ଡିପୋଜିଟ କରି ଦୈନିକ ଟଙ୍କା ରୋଜଗାର କରୁଥିଲେ ।
ତେବେ ଗତ ୧୪ ଜୁଲାଇରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଥିବା ଅଫରକୁ ଦେଖି ୧୨ ଯୁବକ ଜଣପିଛା ୧ ଲକ୍ଷ ୧୨ ହଜାର ଟଙ୍କା ଡିପୋଜିଟ୍ କରିଥିଲେ l ଏଭଳି ଭାବେ ଗାଁର ଯୁବକଙ୍କ ସହ ଚାଷୀ ଓ ମଧ୍ୟମ ବର୍ଗର ଲୋକେ ପ୍ରାୟ କୋଟିଏ ଟଙ୍କା ଏହି ଆପ୍ ଜରିଆରେ ବିନିଯୋଗ କରିଥିବାବେଳେ ଏବେ ଆଉ ନା ୱାଲେଟକୁ ଟଙ୍କା ଆସୁଛି ନା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହେଉଛି । ଏହାକୁ ନେଇ ଏବେ ଚିନ୍ତାରେ ଟଙ୍କା ବିନିଯୋଗ କରିଥିବା ଯୁବକ ମାନେ।
ଜଣେ କି ଦୁଇ ଜଣ ନୁହଁ। ସାରା ଗାଁକୁ ଚୁନା ଲଗାଇଦେଇଛନ୍ତି ସାଇବର ଠକ। ଏକ ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ କରିଛନ୍ତି ଗାଁର ଶହ ଶହ ଯୁବକଙ୍କୁ। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବଡ଼ରାମପଲ୍ଲୀ ଗାଁରୁ ।#CyberLoot#Fraudpic.twitter.com/A3ZoWGLv0f
— ଓଟିଭି (@otvkhabar) July 22, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)