୧୯୯୯ ମସିହା ଆଜିର ଦିନରେ । କାରଗିଲ ଯୁଦ୍ଧର ଅବସାନ ହୋଇଥିଲା ।
ଛୁଟିରେ ଘରକୁ ଆସିଥିଲେ, ହେଡକ୍ୱାର୍ଟରରୁ ହଠାତ୍ ଜରୁରୀ ଡାକରା ଆସିଲା ଯୁଦ୍ଧ ହେବାର ଅଛି, ଶୀଘ୍ର ଯୋଗଦେବାକୁ ପଡ଼ିବ । ଆଉ ଡେରି ନକରି ସେହି ରାତିରେ ବାହାରି ପଡ଼ିଥିଲେ । କାର୍ଗିଲ ଯୁଦ୍ଧ ପରେ ରାଇରଙ୍ଗପୁର ଟାଉନ ଥାନାରୁ ଖବର ଆସିଲା ଆପଣଙ୍କ ସ୍ୱାମୀ ଯୁଦ୍ଧରେ ସହିଦ ହୋଇଯାଇଛନ୍ତି...
ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି।
ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି।
ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା।
ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ସହିଦ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ହେଲେ କାହିଁକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଙ୍ଗୁଡା ଗାଁର କାରଗିଲ୍ ହିରୋ ସହିଦ ନିରଞ୍ଜନ ବେହେରାଙ୍କ ପ୍ରତି ଅସମ୍ମାନ ହେଉଛି....
ଗାଁ ମାଟିର ବୀର ପୁଅ ଦେଶ ପାଇଁ ଜୀବନ ଦେଇଛି। ସହିଦ ହୋଇଯାଇଛି। ହେଲେ ଆଜି ବି ତା ସାହସିକତାର ଗାଥା ବଖାଣୁଛି ଗାଁ ମୁଣ୍ଡରେ ତାଙ୍କ ସ୍ମୃତିରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି।
୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।
ହେଡକ୍ୱାର୍ଟରରୁ ଡାକରା ପାଇ ସେ ବାହାରି ଯାଇଥିଲେ ଦେଶର ସୁରକ୍ଷା ପାଇଁ । ପଡ଼ୋଶୀ ପାକିସ୍ତାନର ନାପାକ୍ ହରକତର ମୁହଁତୋଡ୍ ଜବାବ ଦେଉ ଦେଉ ସେ ସହିଦ ହୋଇ ଗାଁର ଟେକ ରଖିଯାଇଛନ୍ତି । ଆଜି ବି ସହିଦ ସୁଦାମ ଟୁଡୁଙ୍କୁ ଝୁରୁଛି ମୟୂରଭଞ୍ଜ ମାଟି...
ପଡ଼ୋଶୀ ଦେଶର ନା ପାକ୍ ହରକତ ଓ ଆକ୍ରମଣକୁ ପ୍ରତିହତ କରି ଦେଶକୁ ସେ ଦେଇଥିଲେ ସୁରକ୍ଷା । ଶତ୍ରୁ ଦେଶର ସେନା ସହ ଲଢ଼ି ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ । ଆଉ ଆଜି ସେ କେବଳ ବ୍ରହ୍ମପୁର କି ଜଗଦଳପୁର ନୁହେଁ ବରଂ ସାରା ଦେଶ ସହିଦ୍ ଶ୍ରୀନିବାସଙ୍କୁ ସ୍ମରଣ କରୁଛି । ପ୍ରତିଟି ହିନ୍ଦୁସ୍ତାନୀ ଆଜି ସହିଦଙ୍କୁ ସଲାମ କରୁଛି....
ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍ ୭ ଦିନ ପରେ ଆସିଲା ଏମିତି ଦୁଃଖ ଖବର।
ନୀଳଗିରି ବ୍ଲକ୍ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା, ଯିଏ କାର୍ଗିଲ୍ରେ ମାଟି ମା’ ପାଇଁ ଲଢ଼ି ଦେଶ ପାଇଁ ସହିଦ ହୋଇଛନ୍ତି।
୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ ।
‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।
କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ବିତିଗଲାଣି। ଜାମ୍ମୁ କାଶ୍ମୀରର କାର୍ଗିଲ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ 'ଅପରେସନ୍ ବିଜୟ' ନାମରେ ଯୁଦ୍ଧ ଲଢିଥିଲା, ଯାହା ବର୍ତ୍ତମାନ ଲଦାଖ ଅଟେ। ଆସନ୍ତୁ ଏହି ଯୁଦ୍ଧକୁ ନେଇ ୫ଟି ତଥ୍ୟ ଉପରେ ନଜର ପକେଇ ନେବା।
ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
ପ୍ରାୟ ୬୦ ଦିନ ଧରି ଚାଲିଥିବା କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇବା ସମୟରେ କାର୍ଗିଲର ଶିଖରରେ ବିଜୟର ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର କିପରି ହୋଇଥିଲା ଏବଂ କିପରି ଜଣେ ସାମାନ୍ୟ ମେଷପାଳକ ହିଁ ପାକିସ୍ତାନର ଏହି ଷଡଯନ୍ତ୍ରକୁ ପର୍ଦାଫାସ କରିଥିଲେ ଆସନ୍ତୁ ସେ ବିଷୟରେ ଜାଣିବା।
ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ ଯୁଦ୍ଧର ପୂରା ଇତିହାସ ଜାଣିନେବା।
କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର ନିଜ ଜୀବନକୁ ବାଜି ଲଗାଇଥିଲେ।
ବୀରପୁତ୍ରକୁ ହରାଇ ଏବେ ବି କାନ୍ଦୁଛି ସହିଦ ଗୋପୀନାଥ ଜନ୍ମମାଟି...
ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା
‘କାରିଗିଲ ଯୁଦ୍ଧବେଳେ ଆମକୁ ୩୦ ପ୍ରତିଶତ କମ୍ ବଜେଟ୍ରେ କାମ କରିବାକୁ ପଡ଼ିଥିଲା। କାରଗିଲ ଯୁଦ୍ଧ ସମୟରେ ଅଧିକ ଉଚ୍ଚରେ ଶତ୍ରୁପକ୍ଷର ମୁକାବିଲା ପାଁ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ।’
ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ।