• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନେ ସାଙ୍ଗ ହୋଇ ଫଟୋ ଉଠାଉଥିଲେ...ବଜାର ବୁଲୁଥିଲେ...କେତେ କଣ ଖାଉଥିଲେ । ହେଲେ ଆଜି ସବୁ ସରିଯାଇଛି । ଯାହାକୁ ମନପ୍ରାଣ ଦେଇ ପ୍ରେମ କରୁଥିଲେ ଆଜି ତାଙ୍କର ହିଁ ପ୍ରାଣ ନେଇଗଲେ । ଅବଶ୍ୟ ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନି । ତେବେପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ।

ଗଂଜାମ ହିଂଜିଳି ଥାନା ବୋରି ଗାଁ ପଞ୍ଚାୟତ ମହୁଲପଲ୍ଲୀର ଏକ ଘରୋଇ ଶ୍ମଶାନରୁ ମାଟି ତଳୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କର ଶବ । ସେ କେମିତି ମଲେ? କାହିଁକି ମଲେ? ସେନେଇ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ଦାୟର କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।

ଏମିତିକି ମହିଳାଙ୍କୁ ହତ୍ୟା କରାଯାଇଛି, ତାହା ପୁଣି ପ୍ରେମଜନିତ ବୋଲି କୁହାଯାଇଛି । ହତ୍ୟା ଘଟଣାରେ ବ୍ୟବହୃତ ଅଟୋ, ବାଇକ୍‌, ହାତୁଡି ସହିତ ମୋବାଇଲ ବି ଜବତ କରିଛି ପୋଲିସ୍‌ । ଏହା ସହିତ ସନ୍ଦେହ ଘେରକୁ ଆସିଥିବା ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ କରାଇଛି । ବାସ୍‌ ଏହି ଦୁଇଜଣଙ୍କୁ ଗିରଫ କରିବା ପରେ ବର୍ଷା ରାଣୀ ପୁରୋହିତଙ୍କୁ ହତ୍ୟା କରାଯାଇଥିବା ପର୍ଦ୍ଦାଫାଶ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପାଟପୁର ଥାନା ଜୟନଗର ଗାଁର ୨୫ ବର୍ଷୀୟ ବିବାହିତ ମହିଳା ବର୍ଷା ରାଣୀ ପୁରୋହିତ । ପଳାସପୁର ଗାଁର ସନ୍ତୋଷ ତ୍ରିପାଠୀଙ୍କୁ ବିବାହ କରିଥିଲେ ବର୍ଷା । କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ କୋର୍ଟରେ ଛାଡ଼ ପତ୍ର ଅପିଲ ହୋଇଛି । ପରେ ସେ ହାଇଦ୍ରାବାଦ୍‌ ଯାଇ କାମ କରିବା ବେଳେ ପ୍ରଶାନ୍ତ ବେହେରାଙ୍କ ସହ ସମ୍ପର୍କରେ ଆସିଥିଲେ । ଏମିତିକି ଉଭୟଙ୍କ ମଧ୍ୟରେ ପ୍ରେମ ଗଢିଉଠିଥିଲା, ଏକାଠି ମଧ୍ୟ ରହୁଥିଲେ । ହେଲେ ବୈଦିକ ରୀତିରେ ବିବାହ କରି ସଂପର୍କ ରଖିବାକୁ ଚାହୁଁ ନଥିଲେ ପ୍ରଶାନ୍ତ । ଯାହାକୁ ନେଇ ଝଗଡା ହୋଇଥିଲା । ଏପଟେ ବର୍ଷାଙ୍କ ଭାଇଙ୍କ ବୟାନ ଅନୁସାରେ ଭଉଣୀର ମୃତ୍ୟୁ ପାଇଁ ପ୍ରଶାନ୍ତ ହିଁ ଅଭିଯୁକ୍ତ ବୋଲି ଜଣାପଡୁଛି ।

 

  • Reported by:
  • Manoj Muni