• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅନ୍ଧେରା ତେରା, ମେନେ ଲେ ଲିୟା...ଏହି ଲୋକପ୍ରିୟ ଗୀତରେ ଧମାକାଦାର୍‌ ରିଲ୍‌ କରୁଥିଲେ ଯୁବକ ଜଣକ । ଫାଙ୍କା ରାସ୍ତା ଥିଲା...ମେଘାଛନ୍ନ ଆକାଶ ଥିଲା । ଯୌବନ ବୟସରେ ଏହାଠୁ ରୋମାଣ୍ଟିକ ପରିବେଶ ଆଉ କଣ ହୋଇପାରେ? ଆମେ ଯେମିତି ଏମିତି ପାଗରେ ରିଲ୍‌ କରିବାକୁ ପସନ୍ଦ କରନ୍ତି, ସିଏ ବି ଠିକ୍‌ ସେମିତି କରୁଥିଲେ । ବାଇକ୍‌ରେ ବସି ରିଲ୍‌ କରିବା ବେଳେ ବେଶ ଖୁସି ବି ଥିଲେ । ହେଲେ ସିଏ କଣ ଜାଣିଥିଲେ ଏଇ ରିଲ୍‌ ହିଁ ତାଙ୍କ ଜୀବନର ଶେଷ ରିଲ୍ ହେବ ବୋଲି?

ଗଂଜାମ ଧରାକୋଟ ବ୍ଳକ କୁଶରାବ ଗାଁର ଜିତେନ୍ଦ୍ର ପାଢୀ । ବୟସ ୨୫ ହେବ । କମ୍‌ ବର୍ଷରୁ ଦେଶ ମାତୃକାର ସେବା କରିବାକୁ ବିଏଏସ୍‌ଏଫ୍‌ରେ ଯୋଗ ଦେଇଥିଲେ । ଯବାନ ଚାକିରି କରିବା ପରେ ମନରେ କେତେ କଣ ସ୍ୱପ୍ନ ଦେଖିଥିଲେ । ସେଇଥି ଲାଗି ତ ଘରକୁ ଆସିବା ପରେ ଏମିତି ରୋମାଣ୍ଟିକ ପାଗରେ ରିଲ୍‌ କରିବାକୁ ଇଚ୍ଛା କଲେ । ରାସ୍ତା ଫାଙ୍କା ଥିବାରୁ ବାଇକ୍‌ ଚଲେଇ ଚଲେଇ ଗୀତର ତାଳେ ତାଳେ ଲୁକ୍‌ ଦେଉଥିଲେ...ହେଲେ ଏହି ଖୁସିରେ ଘୋଟିଆସିଲା ଦୁଃଖର କଳାବାଦଲ । ବସ୍‌ ସହ ବାଇକ୍‌ର ହେଲା ଧକ୍କା...ଆଉ ମାତ୍ର କେହି ମୁହୂର୍ତ୍ତରେ ଖୁସି ଥିବା ପିଲାଟା ଶବ ହୋଇ ସମସ୍ତଙ୍କ ଆଖିରେ ଭରିଦେଲା ଲୁହ ।

ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା ମାଆ...ଅନେକ ସ୍ୱପ୍ନ ଦେଖିଥିଲା, ଆଜି ସିଏ ତା’ ଆଖି ସାମ୍ନାରେ ଚାଲିଯିବାରୁ ଧୈର୍ଯ୍ୟହରା ହୋଇ ପଡୁଛି ଜନ୍ମଦାତ୍ରୀ । ଯେତେ ପାଣି ଛାଟିଲେ ବି ଚେତା ଫେରୁଛି ପୁଣି ପଳାଉଛି । ଫେରିବ ବା କେମିତି? ଭେଣ୍ଡିଆ ପୁଅକୁ ମୃତ୍ୟୁ ଶର୍ଯାରେ ଦେଖି କୋଉ ମାଆ ବା ଧୈର୍ଯ୍ୟ ଧରିବ?

ଜିତେନ୍ଦ୍ରଙ୍କ ପାଇଁ ଘର ଲୋକ ସୁନାନାକି ବୋହୂ ଖୋଜୁଥିଲେ । ଏସନ ମାର୍ଗଶିର ଆଡକୁ ତାଙ୍କର ବାହାଘର ହୋଇଥାଆନ୍ତା । ଘର ପୂରି ଉଠିଥାଆନ୍ତା,ହେଲେ ସବୁ ସ୍ୱପ୍ନ ଏବେ ଭାଙ୍ଗି ଚୁରମାର ହୋଇଯାଇଛି । ଜିତେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ଗୁମୁରି ଗୁମୁରି କାନ୍ଦୁଥିଲା ମାଆ ମାଟି, କୋହ ସମ୍ଭାଳି ପାରୁନଥିଲେ ବାପା । ସେପଟେ ସାଙ୍ଗସାଥୀ ନିଜର ପ୍ରିୟର ବନ୍ଧୁଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ ବି ଶେଷ ଦର୍ଶନ ପାଇଁ ଲଗାଇଥିଲେ ଭିଡ଼ ।

ମରଶରୀର ଗାଁକୁ ଯେବେ ପ୍ରବେଶ କରିଥିଲା ସେତେବେଳେ ଲୋକମାନେ ତାଙ୍କୁ ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଆବାଳ ବୃଦ୍ଧ ସମସ୍ତଙ୍କ ଆଖିରେ ଲୁହ ଥିଲା । ଆଉ ଗାଁରେ ମରଶରୀରର ଶୋଭାଯାତ୍ରା କରାଗଲା । ଦର୍ଶକବନ୍ଧୁ ଭେଣ୍ଡିଆ ପୁଅକୁ ହରାଇ ଏବେ ଶୋକରେ ଭାଙ୍ଗିପଡିଛନ୍ତି ପୂରା ପରିବାର । ଆଉ ସମସ୍ତେ କହୁଛନ୍ତି ଏମିତି ଦୁଃଖ ଭଗବାନ କାହାକୁ ନଦେଉ । ସତରେ ୧୦ ମିନିଟ୍‌ରେ ବଦଳିଗଲା ସବୁକିଛି ।

(ଆସିକାରୁ ମନୋଜ ମୁନୀଙ୍କ ରିପୋର୍ଟ)