ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି
ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍କୁ ମଧ୍ୟ ସିଲ୍ କରାଯାଇଛି।
କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍ରୁ କିଛି ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।
ସୁରେନ୍ଦ୍ରକୁ ୭ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀ CBI ଆବେଦନ କରିଛି । ଏଥିସହ ଆସନ୍ତା ୨୬ରେ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ପାଇଁ ଅନ୍ୟ ଜଣେ ଅଭିଯୁକ୍ତ ମନୋରଂଜନ ଦାସକୁ ନୋଟିସ ଜାରି କରାଯାଇଛି ।
ଯୌନ ରାକ୍ଷସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍ରେ ।
ସିବିଆଇ ଟିମ୍କୁ ନିର୍ଧୁମ୍ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ ।
ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି
ପେଟ ପୋଷ, ନାହିଁ ଦୋଷ। ଏଇ ହାତ ଜଗନ୍ନାଥ। ବାପା ମାଆ ସିନା ଜନ୍ମଦେଇ ଏ ଦୁନିଆକୁ ଆଣିଲେ, ହେଲେ କର୍ମ ତ ଦେଇ ନାହାନ୍ତି। ତେଣିକି ଯାହା ଭାଗ୍ୟରେ ଥିବ। ଏମିତି ଆମେ ସମସ୍ତେ ଭାବନ୍ତି
କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।
ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି
ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ
ATM ଭ୍ୟାନ୍ ଲୁଟ୍ ଉଦ୍ୟମ ବେଳେ ୩ ଦୁର୍ବୃତ୍ତ କାବୁ ହୋଇଛନ୍ତି। ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ ପୋଲିସ ଧରିଛି। ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଅପରାଧୀ।
ରାଜଧାନୀ ଭବନେଶ୍ୱରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଖାଲି ସେତିକି ନୁହେଁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ ।
ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧିନ ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଗତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁଳିମାଡ କରି ଦୁର୍ବୃତ୍ତ ଫେରାର ଅଛି । ଆଜି ସକାଳୁ ଜାମୁଝରା ପାଖରେ ଦୀପକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।
ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।
ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।
ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।
ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।
କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।