• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା କାଣ୍ଡ ବିବାଦ । ଏବେ ବି ରାଜ୍ୟ ସରକାରଙ୍କ ପିଛା ଛାଡ଼ି ନାହାନ୍ତି ବିରୋଧୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ଥିବା ବେଳେ ବିରୋଧୀଙ୍କ ପକ୍ଷରୁ ମିଳିଥିଲା ପ୍ରତିବାଦ ଚେତାବନୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି କୁହାଯାଇଥିଲା । ସେହି ଅନୁସାରେ ନଗର କଂଗ୍ରେସ କର୍ମୀମାନେ ଆଜି ସକାଳୁ ସିମିଳିପଡା ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଉ ସେହି ସମାନ ଦାବି ରହିଥିଲା ଯେ, ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ । BJP ନଗର ମଣ୍ଡଳ ସଭାପତିଙ୍କ ସମେତ ୪ ଜଣଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତିଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଛି ।  ଏଠାରେ ମଧ୍ୟ ସେହି ସମାନ ଦାବି ରହିଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ।

ତେବେ ବିଜେପି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଉଥିବା ବେଳେ, ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଯେଉଁ ମିନି ଷ୍ଟାଡିୟମ ନିକଟରେ ସଭା ଆୟୋଜନ କରାଯାଇଛି, ସେହି ନିଟକରେ ଥିବା ଗଣେଶ ବଜାର ଛକରେ ବିଜେପିର କଳା ପତାକା ପ୍ରଦର୍ଶନ କରିଥିଲା । ବିଜେପିର ପୂର୍ବତନ ବିଧାୟକଙ୍କ ନେତୃତ୍ୱରେ ଏକ ଟିମ କଳା ପତାକା ପ୍ରଦର୍ଶନ କରିଥିଲା । ଏହି ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଏହାସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କିନ୍ତୁ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କଳାପତାକା ପ୍ରଦର୍ଶନ କରାଯାଇ ପ୍ରତିବାଦ କରାଯାଇଛି ।