Advertisment

୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ

କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ

Water Probelm

ଢେଙ୍କାନାଳ: ପାଣିରେ ପଡିଲା ୫୭ ଲକ୍ଷ ଟଙ୍କା। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନିର୍ମାଣ ହୋଇଥିବା ଓଭରହେଡ୍ ଟ୍ୟାଙ୍କ୍ ଅଚଳ ହୋଇ ପଡ଼ିଥିବା ବେଳେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଟୋପାଏ ପାଣି ପାଇଁ ଯିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ। ଢେଙ୍କାନାଳ ସଦାଶିବପୁରରେ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

Advertisment

ମଝି ନଈରେ ଚୁଆ ଖୋଳି ମୁନ୍ଦେ ମୁନ୍ଦେ କରି ପାଣି ସଂଗ୍ରହ କରୁଛନ୍ତି ମହିଳା। ଗରା, ଡେକ୍ଚି ଫୁଲ୍ ହେବା ପରେ ମୁଣ୍ଡରେ ମୁଣ୍ଡେଇ ଗୋଟିଏ ଗୋଟିଏ ଚାଲିଛନ୍ତି ଘର ଅଭିମୁଖେ। ଦିନେ ଅଧେ ନୁହେଁ, ପାଣି ପାଇଁ ନିଇତି ଏମିତି ସଂଘର୍ଷ କରୁଛନ୍ତି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ପିଇବା ପାଣି ସମସ୍ୟାର ସମାଧାନ ପାଇଁ ୨୦୦୭ ମସିହାରେ ତତ୍କାଳୀନ ସାଂସଦଙ୍କ ପାଣ୍ଠିରୁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ଓଭରହେଡ ଟାଙ୍କି କରାଯାଇଥିଲା ମାତ୍ର, ଉଦଘାଟନର କିଛି ଦିନ ପରେ ଏହା ଅକାମୀ ହୋଇପଡ଼ିଥିଲା। ସ୍ଥାନୀୟ ସରପଞ୍ଚ ୨୦୧୭ ମସିହାରେ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରି ନିଜସ୍ୱ ଉଦ୍ୟମରେ ଜଳ ସଂଗ୍ରହ ହେଉଥିବା ବନ୍ଧକୁ ସଫା କରାଇଥିଲେ। ମାତ୍ର ଏବେ ପୁଣି ଏହା ଅପରିଷ୍କାର ହୋଇଗଲାଣି। ଏ ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।

Odisha Dhenkanal
Advertisment
Advertisment