Advertisment

୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ସିଲ୍‌ ହେଲା କଲେଜ ଓ ହଷ୍ଟେଲ୍‌

ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରାଯାଇଛି।

author-image
Rajalaxmi Sahoo
College Sealed

College Sealed

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରିଛି ଢେଙ୍କାନାଳ ପୌର ପ୍ରଶାସନ।

Advertisment

ପୌର ପ୍ରଶାସନର କଡ଼ା ତାଗିଦ୍ ସତ୍ତ୍ୱେ ପିଲାମାନେ ହଷ୍ଟେଲ୍ ଛାଡ଼ି ଦେଇଛନ୍ତି। ତେଣୁ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହାସହ ହଷ୍ଟେଲ ଛାଡ଼ିଥିବା ପିଲାମାନଙ୍କୁ ଆଇସୋଲେସନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଅଞ୍ଚଳର ପିଲାଙ୍କୁ ଆଇସୋଲେସନରେ ରଖିବାକୁ ସମ୍ପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 

ଏହି ଶିକ୍ଷାନୁଷ୍ଠାନରୁ ୩୩ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହେବା ପରେ ପୂରା କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ୧୦ ଦିନ ମଧ୍ୟରେ  କଣ୍ଟେନମେଣ୍ଟ ‌ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ, ସ୍ୱାସ୍ଥ୍ୟସେବା ଯୋଗାଇବାକୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment
COVID19 College Sealed Students Covid Positive
Advertisment
Advertisment