ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ। ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ।
ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ ।
ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି।
ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବିଶ୍ରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି ।
ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ରସିକିଆ ନକଲି ଡାକ୍ତରଙ୍କଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ ସଂପୃକ୍ତ ଡାକ୍ତର ।
ବ୍ରିଜ୍ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।
ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି।
ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା
ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ପୋଲିସ୍ ଅଭିଯୁକ୍ତ ପୁଅକୁ ଧରିଲା।
ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି ।
ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ନିଜ ଘରେ ନିଜେ ଲଗାଇ ଦେଲା ନିଆଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କୋକ୍ସା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।
ରାଜନୈତିକ ଦୃଷ୍ଟି କୋଣରୁ ଚର୍ଚ୍ଚାରେ ଢେଙ୍କାନାଳ, ଏଥର ଗଡ଼ ନେବାକୁ ସଜବାଜ ହେଉଛି ବିଜେପି
ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି
ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍କୁ ମଧ୍ୟ ସିଲ୍ କରାଯାଇଛି।
କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍ରୁ କିଛି ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।