Advertisment

ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
dhenkanal

dhenkanal

ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି । କେବଳ ଏତିକି ନୁହେଁ ଓଲିଉଡ ବଲିଉଡ ଗୀତ ଗାଇବା ସହ ଅନର୍ଗଳ ସଂସ୍କୃତ ଶ୍ଳୋକ କହିପାରୁଛନ୍ତି । ଆଉ ଏଥିପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ଛୁଅ।

Advertisment

ବିସ୍ମୟ ଶିଶୁ ସାଇ ସମ୍ପନ୍ନା ପୃଷ୍ଟି । ଘର ଢେଙ୍କାନାଳ ଜିଲ୍ଲା ବାଜିଚୌକ ନିକଟରେ । ବୟସ ମାତ୍ର ଅଢେ଼ଇ ବର୍ଷ । କିନ୍ତୁ ପ୍ରତିଭା ଅନେକ । କୋମଳ ବୟସରେ ନିଜେ ଠିକ ସେ ପାଦ ପକାଇ ଚାଲିବା ଶିଖି ନାହାନ୍ତି କି ଭଲରେ କଥାପଦେ କହି ପାରୁନାହାନ୍ତି । କିନ୍ତୁ ଏହି ଅଢେଇ ବର୍ଷ ବୟସରେ ସେ ଯାହା କରି ପାରିଛନ୍ତି ଅନ୍ୟମାନଙ୍କ ପାଇଁ ତାହା ପ୍ରେରଣା ଯୋଗାଇବ ନିଶ୍ଚୟ । ପିଲାଟି ଦିନରୁ ମାଙ୍କ ନିକଟରୁ ଶୁଣି ଶୁଣି ଦୁଇକ ପଣିକିଆଠୁ ନେଇ ସବୁ ଜାତୀୟ ପଶୁପକ୍ଷୀ ଫଳଫୁଲ ଓ ରଙ୍ଗ ଚିହ୍ନିବା ସହିତ ଓଲିଓଡ ବଲିଉଡ ଗୀନ ଗାଉଛନ୍ତି । ଆଉ ପୁଣି ସଂସ୍କୃତ ଶ୍ଲୋକ ସବୁ ମନେ ରଖିପାରିଛନ୍ତି । ମାତ୍ର ଦୁଇ ମିନିଟ ମଧ୍ୟରେ ଏସବୁ କରି ଦେଖାଇଥିବାରୁ ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ।

Advertisment

ଜନ୍ମ ହେବାର ଏକ ବର୍ଷ ପର ଠାରୁ ସାଇ ସମ୍ପନ୍ନାଙ୍କ ଭିତରେ ସବୁ କିଛି ଜାଣିବା ଓ ମନେ ରଖିବାର ପ୍ରତିଭା ଦେଖିବାକୁ ମିଳିଥଲା । ସେଥିପାଇଁ ଏସବୁ କିଛି ତାଙ୍କ ମାଙ୍କ ନିକଟରୁ ଆଉ କିଛି ମୋବାଇଲରୁ ଶୁଣିଶୁଣି ମନେ ରଖିପାରିଛନ୍ତି ସେ। ନିଜ କୁନି ଝିଅର ଏଭଳି ସଫଳତା ପାଇଁ ଏବେ ପରିବାରରେ ଖେଳିଯାଇଛି ଖୁସିର ଲହରୀ । କେବଳ ପରିବାର ଲୋକ ନୁହନ୍ତି ବରଂ ଆଖପାଖ ଅଞ୍ଚଳବାସୀ ମଧ୍ୟ ଏହି କୁନିଝିଅର ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି।

ସବୁ କିଛି ଜାଣିବା ଓ ମନେ ରଖିପାରିବାର ଇଛାଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଥିବା ଅଢେଇ ବର୍ଷର ସାଇ ସମ୍ପନ୍ନା ଆଗକୁ ଆହୁରି ଅନେକ ରେକର୍ଡର ଅଧିକାରୀ ହେବା ସହ ଭଲମଣିଷ ହୋଇ ସମାଜ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବେ ବୋଲି ସମସ୍ତେ ଆଶାର ଖିଛନ୍ତି ।

India Book Of Records
Advertisment
Advertisment